ଘରେ ଓ ଅଫିସ୍‌ରେ ପଶି ଲୁଟିନେଲେ ଲାପଟପ୍, ମୋବାଇଲ୍ ଓ ଟଙ୍କା

ଭୁବନେଶ୍ବର: ଭରତପୁର ଥାନା ଅଧୀନସ୍ଥ ଭିନ୍ନ ଭିନ୍ନ ଅଞ୍ଚଳରୁ ଦୁର୍ବୃତ୍ତମାନେ ଲାପଟପ୍, ମୋବାଇଲ୍ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ହାଉସିଂ ବୋର୍ଡ ଅଞ୍ଚଳରେ ଥିବା ଏକ ଇନ୍‌ସୁରାନ୍ସ ଅଫିସ୍‌ରେ ପଶି ଜଣେ ଦୁର୍ବୃତ୍ତ ଲାପଟପ୍ ଓ ମୋବାଇଲ୍ ଫୋନ୍ ଲୁଟ୍ କରିଥିବା ବେଳେ ଥାନା ନିକଟରେ ଥିବା କଳିଙ୍ଗ ଷ୍ଟୁଡିଓ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ୍ ଓ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ଅଫିସ୍‌ରୁ ଚୋରି ହୋଇଥିବା ଏତଲାର ଅଭିଯୋଗକାରୀ ବିଶ୍ବଜିତ ପାତ୍ର ଚୋରି ସମୟର ସିସିଟିଭି ଫୁଟେଜ୍‌କୁ ପୁଲିସ୍ ପାଖରେ ଦାଖଲ କରିଛନ୍ତି।

ଆଜି ସକାଳ ପ୍ରାୟ ୬ଟା ବେଳେ ଅଫିସ୍‌ରେ କବାଟ ଆଉଜା ହୋଇଥିବା ସମୟରେ ଜଣେ ଦୁର୍ବୃତ୍ତ ଭିତରେ ପଶି ଲୁଟି ନେଇଥିଲା ବୋଲି ସେ କହିଛନ୍ତି। ସେହିଭଳି ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବ୍ୟବସାୟୀ ପ୍ରସାଦ ପ୍ରଧାନଙ୍କରେ ପଶି ମୋବାଇଲ୍ ଓ କିଛି ଟଙ୍କା ନେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି

ସମ୍ବନ୍ଧିତ ଖବର