ମୋବାଇଲ ବ୍ୟାଟେରି ଫାଟି ବାଳକ ଆହତ

ଏସ.ରାମପୁର: ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଅଡ଼ାକଶା ଗାଁରେ ମୋବାଇଲ ବ୍ୟାଟେରି ଫାଟି ଜଣେ ବାଳକ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅଡ଼ାକଶା ଗାଁର ଜୟରାମ ଘୁଷୁରିଙ୍କ ପୁଅ ହେମନ୍ତ (୧୨) ସ୍କୁଲରୁ ଫେରି ଘରେ ଥିବା ଏକ ନୋକିଆ ମୋବାଇଲ ଧରି ଖେଳୁଥିଲା। ସେହି ସମୟରେ ମୋବାଇଲ ବ୍ୟଟେରି ଜୋରରେ ଶବ୍ଦ ହୋଇ ଫାଟି ଯାଇଥିଲା। ଫଳରେ ହେମନ୍ତର ବାମ ହାତ ଓ ବାମ ଗୋଡ଼ରେ ବିଶେଷ ଭାବରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡୁଙ୍ଗୁରିପାଲି ସିଏଚସିକୁ ଅଣାଯାଇଥିଲା। ଚିକିତ୍ସା ପରେ ସେ ଘରକୁ ଫେରି ଆସିଥିବା ଜଣାଯାଇଛି। ମୋବାଇଲଟି ଘରର ବାରଣ୍ଡାରେ ଖରାରେ ରଖା ହେଇଥିବା କାରଣରୁ ଫାଟିଥାଇ ପରେ ବୋଲି ହେମନ୍ତଙ୍କ ବାପା ଜୟରାମ କହିଛନ୍ତି।

ସମ୍ବନ୍ଧିତ ଖବର