ମୋବାଇଲ ଲୁଟି ଜେଲ୍‌ ଗଲେ ୨

ଧଉଳି: ମୋବାଇଲ ଝାମ୍ପିବା ଅଭିଯୋଗରେ ଧଉଳି ଥାନା ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରାଦ୍ବୟ ହେଲେ, ଲକ୍ଷ୍ମୀସାଗର ଥାନା ଅଞ୍ଚଳର ସଞ୍ଜୟ ଦାଶ (୩୬) ଓ ପିପିଲି ଥାନା କୌଶଲ୍ୟାପୁର ଗ୍ରାମର ସଞ୍ଜୟ ସାହୁ(୨୯)। କୋର୍ଟରେ ଜାମିନ ଖାରଜ ହେବାରୁ ଦୁହିଁଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ସ୍ଥାନୀୟ ସରଦେଇପୁର ଗ୍ରାମର ବିଶ୍ୱକର୍ମା ଭୋଇ ଓ ତାଙ୍କ ସାଙ୍ଗ ଗତକାଲି ଶାନ୍ତିସ୍ତୂପ ନିକଟରେ ସାନ୍ଧ୍ୟଭ୍ରମଣ କରୁଥିବା ବେଳେ ଅଭିଯୁକ୍ତଦ୍ବୟ ସେମାନଙ୍କ ମୋବାଇଲ ଛଡ଼ାଇ ବାଇକ୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ଉପସ୍ଥିତ ଲୋକେ ସେମାନଙ୍କୁ କାବୁ କରି ପିସିଆର୍‌ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର