ମାଡ଼ ମାରି ମୋବାଇଲ ନେଇଗଲେ

ଭୁବନେଶ୍ବର : ସହିଦନଗରରେ ଜଣେ ଯୁବକଙ୍କୁ ମାଡ଼ ମାରି କିଛି ଦୁର୍ବୃତ୍ତ ମୋବାଇଲ ଛଡ଼ାଇ ନେଇଛନ୍ତି। ଏନେଇ ସହିଦ୍‌ ନଗର ପ୍ଲଟ ନମ୍ବର ୪୦୮ ଲୋଭା ଭିଲ୍ଲାର ବାସିନ୍ଦା ଅଂଶୁମାନ ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ଅଂଶୁମାନ ଏଠାକୁ ଖାଇବା ନେବାକୁ ଆସିଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇଥିଲେ। ସମସ୍ତ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଅଭିଯୁକ୍ତମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର