ଭୁବନେଶ୍ବର : ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ମୋ’ ବସ୍ ଟର୍ମିନାଲରେ ଜଣେ ଯୁବତୀଙ୍କ ମୋବାଇଲ ଲୁଟ୍ ହୋଇଛି। ଲୁଟ୍ର ଶିକାର ଯୁବତୀ ସସ୍ମିତା ମହାନ୍ତି ଏ ସଂପର୍କରେ ସ୍ଥାନୀୟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ୟୁନିଟ-୬ ଅଞ୍ଚଳରେ ରହୁଥିବା ସସ୍ମିତା ତାଙ୍କ ମାଉସୀଙ୍କ ସହ ପୁରୀ ଯିବା ଉଦ୍ଦେଶ୍ୟରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ବର୍ଷା ଦାଉରୁ ରକ୍ଷା ପାଇଁ ଅନେକ ଲୋକ ସେଠାରେ ଠିଆ ହୋଇଥିଲେ। ବର୍ଷା ଓ ଗହଳିର ସୁଯୋଗ ନେଇ ସସ୍ମିତା ପିଠିରେ ପକାଇଥିବା ବ୍ୟାକପ୍ୟାକ୍ର ଚେନ୍ ଖୋଲି କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ୍ ଲୁଟି ନେଇଥିଲା।