ଭୁବନେଶ୍ବର : ଭୁବନେଶ୍ବର ରେଳଷ୍ଟେସନରେ ଆତଙ୍କ ଖେଳାଇଥିବା ଜଣେ ଲୁଟେରାକୁ ରେଳବାଇ ଥାନା ‌ପୁଲିସ ଗିରଫ କରିଛି। ସେ ହେଲା ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅଭୟ ପ୍ରଧାନ। ପୁଲିସ ତା’ଠାରୁ ଲକ୍ଷାଧିକ ଟଙ୍କାର ୧୦ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।
ଗତ ୧୪ ତାରିଖ ଦିନ ପୁରୀ ତାଳବଣିଆ ଅଞ୍ଚଳର ସୁକେଶ ନାୟକ ପୁରୀ ଯିବା ପାଇଁ ଟିକଟ କାଉଣ୍ଟରରୁ ଟିକଟ ଆଣୁଥିବା ବେଳେ ଅଭୟ ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲା। ଏନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ନମ୍ବର ଟ୍ରାକିଂରୁ ପୁଲିସ ତାକୁ ନିକଟ ବସ୍ତିରୁ କାବୁ କରିଥିଲା। ପୁଲିସ ଏକ ମାମଲା ରୁଜୁ କରି ଭୟକୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ତା’ ନାଁରେ ଏକାଧିକ ମାମଲା ଥିବା ଜଣାପଡ଼ିଛି।