ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳ ଆର୍ଦଶ ବସ୍ତିରୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ସନ୍ତୋଷ ପୃଷ୍ଟି(୧୯) ନାମକ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ଠାରୁ ପୁଲିସ୍ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏନେଇ ଥାନାରେ ୨୪୬/୧୯ ଏକ ମମଲା ରୁଜୁ ହାଇଛି। ଘଟଣା ଅନୁଯାୟୀ ଡମଣା ହାଟରୁ ଗତକାଲି ଜଣେ ବ୍ୟକ୍ତିଙ୍କ ହାତରୁ ମୋବାଇଲ୍ ଝାମ୍ପିନେଇ ସନ୍ତୋଷ ଫେରାର୍ ହୋଇଯାଇଥିବା ବେଳେ ତା’ନାମରେ‌ ଅଭିଯୋଗ ହୋଇଥିଲା।

Advertisment

ଅପସନା ଗାର୍ଡେନ ଲୁଟ ମାମଲା, ଜେଲ ଗଲେ ଦୁଇ ଯୁବକ
ଧଉଳି : ଅପସନା ଗାର୍ଡେନର ସଂଗ୍ରାମ ରାୟଙ୍କ ଘରୁ ଟଙ୍କା ଓ ସୁନା ଗହଣା ଲୁଟ ମାମଲାରେ ଧଉଳି ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର ଭୋଇ ସାହିର ଲିଙ୍ଗରାଜ ଭୋଇ (୩୨) ଓ ଗଗନ ଭୋଇ (୩୦)। କୋର୍ଟରୁ ଉଭୟଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଗଗନ ଓ ଲିଙ୍ଗରାଜ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଲୁଟ୍‌ କରିବା ସମୟରେ ସ୍ଥାନୀୟ ଲୋକେ ଗଗନ ଓ ଲିଙ୍ଗରାଜଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଗତ୨୯ ତାରିଖ ସଂଧ୍ୟାରେ ଗଗନ ହାଜତରୁ ଖସି ପଳାଇଥିଲା। ପରେ ପୁଲିସ ଚଢ଼ଉ କରି ଗଗନକୁ ଗିରଫ କରିଥିଲା।