ଧଉଳି: ବର୍ଷକ ପୂର୍ବେ ଏକ ମୋବାଇଲ୍ ଦୋକାନରୁ ହୋଇଥିବା ସିନ୍ଧି ଚୋରି ମାମଲାରେ ଆଜି ଉତ୍ତରା ଫାଣ୍ଡି ପୁଲିସ ଜଣେ ନାବାଳକକୁ ଧରିବାରେ ସଫଳ ହୋଇଛି। ତାକୁ ପୁରୀ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ସହ ତା’ର ବୟାନ ରେକର୍ଡ କରାଯାଇଛି ଓ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ଲୁଟ୍ରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଏବେ ବି ଫେରାର୍ ଅଛନ୍ତି ବୋଲି ଉତ୍ତରା ଫାଣ୍ଡି ଅଧିକାରୀ କହିଛନ୍ତି। ନାବାଳକର ସୂଚନା ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ବର୍ଷକ ତଳେ ସ୍ଥାନୀୟ ଦୁଲ୍ଲାଦେବୀ ମନ୍ଦିର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଚୋରମାନେ ଦୋକାନର ସଟର ତାଡ଼ି ଲକ୍ଷାଧିକ ଟଙ୍କାର ଦାମୀ ମୋବାଇଲ ଫୋନ ସେଟ୍ ଲୁଟି ନେଇଥିଲେ। ସଟର କଣା ବାଟ ଦେଇ ନାବାଳକକୁ ଦୋକାନ ଭିତରକୁ ପୁରାଇ ଦୁର୍ବୃତ୍ତମାନେ ଏହି ସିନ୍ଧି ଚୋରିକୁ ସଫଳ କରାଇଥିଲେ।
ମୋବାଇଲ୍ ଦୋକାନରୁ ସିନ୍ଧିଚୋରି ମାମଲା: ବର୍ଷକ ପରେ ଧରାପଡ଼ିଲା ନାବାଳକ, ଏବେ ବି ୪ ଫେରାର୍
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)