ବାରବାଟୀ ମ୍ୟାଚ୍‌ ପରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଭିଡ଼, ଜାଣନ୍ତୁ କାରଣ…

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ଶେଷ ହୋଇଛି। ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ହଜାର ହଜାର ଦର୍ଶକ ମନ ଖୁସିରେ ଘରକୁ ଫେରୁଥିବା ବେଳେ ଶତାଧିକ ଲୋକଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି। ମ୍ୟାଚ୍‌ ପୂର୍ବରୁ ଓ ପରେ ଚୋରି ଓ ଲୁଟ୍‌ର ଶିକାର ହୋଇଥିବା ଶହ ଶହ ଲୋକେ ବାରବାଟୀ ଷ୍ଟାଡିୟମ୍‌ ନିକଟରେ ଥିବା କ୍ୟାଣ୍ଟନମେଣ୍ଟ ଥାନାରେ ଭିଡ଼ ଜମାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ଭାରତ-ୱେଷ୍ଟଇଣ୍ଡିଜ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ୍‌ ସମୟରେ ପ୍ରବଳ ଭିଡ଼ ଭିତରେ ପ୍ରାୟ ୫୦ରୁ ଅଧିକ ମୋବାଇଲ, ୨୦ରୁ ଅଧିକ ପର୍ସ ଓ କିଛି ଲୋକଙ୍କର କ୍ରିକେଟ୍‌ ମ୍ୟାଚ୍‌ ଟିକେଟ୍‌ ଚୋରି ଓ ଲୁଟ୍‌ ହୋଇଯାଇଛି। ଟିକେଟ ହରାଇଥିବା ଦର୍ଶକଙ୍କୁ ମ୍ୟାଚ ନ ଦେଖି ନିରାଶ ହୋଇ ଫେରିବାକୁ ପଡ଼ିଛି। ମ୍ୟାଚ୍‌ ଶେଷ ହେବା ପରେ ଚୋରି ଓ ଲୁଟ ନେଇ ଲୋକମାନେ ଥାନାରେ ଅଭିଯୋଗ କରିଛନ୍ତି। ମୋବାଇଲ ହରାଇଥିବା ଲୋକେ ପୁଲିସକୁ କହିଛନ୍ତି, ଅତିକମ୍‌ରେ ଆମର ମୋବାଇଲ୍‌ ସିମ୍‌ ମିଳିଯାଉ। ସେହିପରି ଟିକେଟ ହରାଇଥିବା ଲୋକେ  ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର