ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର ବିଭାଗ ପକ୍ଷରୁ ଆମୋନିଆ ଗ୍ୟାସ୍ଜନିତ ଦୁର୍ଘଟଣାରୁ ସୁରକ୍ଷା ସମ୍ପର୍କିତ ଏକ ମକ୍ ଡ୍ରିଲ୍ ଚନ୍ଦକା ଶିଳ୍ପାଞ୍ଚଳର ପଟିଆର ସିମ୍ପୋ ସି ଫୁଡ୍ସ୍ ଫ୍ୟାକ୍ଟ୍ରି ପରିସରରେ ଆୟୋଜିତ ହୋଇଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ୍ ବଏଲର ବିଭାଗର ସହ ନିର୍ଦ୍ଦେଶିକା ଅର୍ଚ୍ଚନା ଦାସଙ୍କ ଉପସ୍ଥିତିରେ ସିମ୍ପୋ ସି ଫୁଡ୍ସ୍ର ପ୍ଲାଣ୍ଟ୍ ଇନ୍ଚାର୍ଜ ସୁଶାନ୍ତ ମହାନ୍ତି, ପ୍ରଡକ୍ସନ୍ ଇନ୍ଚାର୍ଜ ସୁନୀଲ କୁମାରଙ୍କ ସହ ଧ୍ରୁବଚରଣ ବେହେରା, ବାବୁଲା ବେହେରା, ସଂଗ୍ରାମ କମଳ ଜ୍ୟୋତି, ତୁଷାରକାନ୍ତ ଓ ନିତାଇ ଦାସ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ବିଷାକ୍ତ ଆମୋନିଆ ଗ୍ୟାସ୍ ଦ୍ୱାରା କେହି ଯେମିତ ପ୍ରାଣ ନ ହରାଇବେ ଏବଂ ଏଥିରୁ ସୁରକ୍ଷା ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଆମୋନିଆ ଗ୍ୟାସ୍ ଜନିତ ଦୁର୍ଘଟଣାରୁ ସୁରକ୍ଷା ସମ୍ପର୍କିତ ସଚେତନତା ଲାଗି ମକ୍ ଡ୍ରିଲ୍
/sambad/media/post_attachments/wp-content/uploads/2018/01/shimpo-seafoods.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)