ଭୁବନେଶ୍ବର: ଆସନ୍ତାବର୍ଷ କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ବିଶ୍ବକପ୍ ହକି। ବିଦେଶରୁ ୧୬ଟି ଦଳ ଏଠାକୁ ଖେଳିବାକୁ ଆସିବେ। ଏତଦ୍ ବ୍ୟତୀତ ଦେଶ ବିଦେଶରୁ ଅନେକ ଦର୍ଶକ ଓ ଖେଳାଳିଙ୍କ ଫ୍ୟାନ୍ସ ମଧ୍ୟ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷା କମିସନରେଟ ପୁଲିସ ପାଇଁ ବଡ଼ ଆହ୍ବାନ ହେବ। ଯଦି କଳିଙ୍ଗ ଷ୍ଟାଡିୟମରେ କୌଣସି ଅଘଟଣ ଘଟେ ବା ଆତଙ୍କବାଦୀ ଆକ୍ରମଣ ହୁଏ, ତା’ର ମୁକାବିଲା ପାଇଁ ଆଜି କମିସନରେଟ ପୁଲିସ ପକ୍ଷରୁ ମକଡ୍ରିଲ୍ ହୋଇଯାଇଛି।
ଏହି ମକ୍ଡ୍ରିଲ୍ରେ ଏନ୍ଏସ୍ଜି, ଏସ୍ଓଜି, ସିଟିଏସ୍ ଗ୍ରୁପ୍ ସାମିଲ୍ ହୋଇଥିଲେ। ଆତଙ୍କୀ ଆକ୍ରମଣକୁ ଚେକ୍ମେଟ୍ ଦିଆଯିବା ପଦ୍ଧତି ଉପରେ ଅଭ୍ୟାସ କରାଯାଇଥିଲା। ସେହିଭଳି ଗୁଇନ୍ଦା ଓ ସ୍ଥାନୀୟ ପୁଲିସ ସହ ଅଗ୍ନିଶମ ଯବାନଙ୍କୁ ନେଇ ଦର୍ଶକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ, ତାହାର କୌଶଳ ମଧ୍ୟ ଏହି ମକ୍ଡ୍ରିଲ୍ରେ ଅଭ୍ୟାସ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/37-16.jpg)