କ୍ୟାପିଟାଲ ହସ୍ପିଟାଲରେ ମକ୍‌ଡ୍ରିଲ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅଗ୍ନିଶମ ବାହିନୀ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କୌଣସି କାରଣରୁ ହସ୍ପିଟାଲ ପରିସରରେ ନିଆଁ ଲାଗିଲେ, କିଭଳି ହସ୍ପିଟାଲର କର୍ମଚାରୀମାନଙ୍କ ଦ୍ବାରା ନିଆଁକୁ ଆୟତ୍ତ କରାଯାଇ ପାରିବ ‌ସେ ବାବଦରେ ହସ୍ପିଟାଲ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ଏହି ସଚେତନତା କାର୍ଯ୍ୟକ୍ରମରେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସମେତ ଷ୍ଟାଫ୍‌ ନର୍ସ, ସୁରକ୍ଷାକର୍ମୀ ଓ ହାଓସକିପିଂ କର୍ମଚାରୀମାନେ ସାମିଲ ହୋଇଥିଲେ। ଏହାସହ ଉଚ୍ଚ ଅଟ୍ଟାଳିକା‌ରୁ ହାଇଡ୍ରୋଲିକ୍ ସ୍ମାଏଲିଫ୍ଟ ଦ୍ବାରା ରୋଗୀଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେହି ବାବଦରେ ମଧ୍ୟ ମକଡ୍ରିଲ କରାଯାଇଥିଲା।

ସମ୍ବନ୍ଧିତ ଖବର