ହେଲିକପ୍ଟରରେ ଯିବେ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ରହିବ କାରକେଡ୍‌

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ସିଧା ସେଠାରୁ ହେଲିକପ୍ଟର ଯୋଗେ ଜଟଣୀ ଅରଗୁଳ ଯିବେ। ସେଠାରୁ ଖୋର୍ଧାର ବରୁଣେଇ ପାହାଡ଼ ନିକଟରେ ଏକ ଦଳୀୟ ସଭାରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ବ୍ଲୁ-ବୁକ ନିୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ଗଲେ ମଧ୍ୟ ଏଠାରେ ବିମାନବନ୍ଦରରେ ଏକ କାରକେଡ୍‌ ଓ ଜଟଣୀ ଅରୁଗୁଳଠାରେ ଏକ କାରକେଡ୍‌ ପ୍ରସ୍ତୁତ ରହିବ। ଯଦି ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଜଟଣୀ ଯିବାକୁ ଚାହିବେ କିମ୍ବା ଜଟଣୀରୁ ସଡ଼କ ପଥରେ ଭୁବନେଶ୍ବର ଆସିବାକୁ ଚାହିବେ, ଏହି ସମୟରେ କମିସନରେଟ ପୁଲିସ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ। ଏଥିପାଇଁ ବିମାନବନ୍ଦର ଓ ଜଟଣୀରେ ଦୁଇଜଣ ଡିସିପି, ୪ଜଣ ଏଡିସିପି, ୨୫ଜଣ ଏସିପି, ୧୫୦ଜଣ ଇନ୍ସପେକ୍ଟର ଓ ୩୦ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ଟିମ୍‌ ମଧ୍ୟ ଭୁବନେଶ୍ବର ପହଞ୍ଚି ସାରିଛି। ଭୁବନେଶ୍ବର ଡିସିପି ଓ ଏସପିଜିର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବେ।

ସମ୍ବନ୍ଧିତ ଖବର