ନନ୍ଦନକାନନରେ ଜଳହସ୍ତୀର ମୃତ୍ୟୁ

ବାରଙ୍ଗ : ଆଜି ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୩ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ଏକ ୬ ବର୍ଷ ବୟସର ପୁରୁଷ ଜଳ ହସ୍ତୀର ମୃତ୍ୟୁ ହୋଇଛି। ପରସ୍ପର ମଧ୍ୟରେ ଲଢ଼େଇ ଲାଗିବାରୁ ଏପରି ଘଟଣା ଘଟିଥିବା ନନ୍ଦନକାନନ କର୍ତୃପକ୍ଷ କହିଛନ୍ତି।   ଗତ ଦୁଇ ଦିନ ତଳେ ଖୁଆଡ଼ ମଧ୍ୟରେ ରହୁଥିବା ଏକ ମାଈ ଜଳହସ୍ତୀ ସହ ମିଳନ ପାଇଁ ଅନ୍ୟ ଏକ ବୟସ୍କ ଅଣ୍ଡିରା ଜଳହସ୍ତୀ ସହିତ ତାର  ସଂଘର୍ଷ ହୋଇଥିଲା। ସଂଘର୍ଷରେ ଜଳହସ୍ତୀଟି ଆହତ ହୋଇଥିଲା। ଆଜି ତାରମୃତ୍ୟୁ ହୋଇଯାଇଛି। ଫଳରେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୫ କୁ ହ୍ରାସ ପାଇଛି। ସେମାନଙ୍କ ମଧ୍ୟରେ ୬ଟି ପୁରୁଷ ଓ ୯ଟି ମାଈ ଅଛନ୍ତି। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଜଳହସ୍ତୀଟିର ଶବ ବ୍ୟବଚ୍ଛେଦ ହୋଇ ନଥିଲା।

ସମ୍ବନ୍ଧିତ ଖବର