‌ଜେଡ୍‌-୧ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗର ମକ୍‌-ଡ୍ରିଲ୍‌

ଭୁବନେଶ୍ବର: ନନ୍ଦନକାନନ ରୋଡ୍‌ରେ ଥିବା ଜେଡ୍‌-୧ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଏକ ମକ୍‌-ଡ୍ରିଲ କରାଯାଇଛି। ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଲେ, ନିଆଁକୁ ଆୟତ୍ତ କରିବା ସହ କିପରି ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିବ, ସେ ସଂପର୍କ‌‌‌ରେ ଆପାର୍ଟମେଣ୍ଟବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ସବୁ ମହଲା ଓ କରିଡର୍‌ରେ ଲାଗିଥିବା ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସଂପର୍କ‌ରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ମକ୍‌-ଡ୍ରିଲ୍‌ରେ ଭୁବନେଶ୍ୱର ଡେପୁଟି ଫାୟାର୍‌ ଅଫିସର୍‌ ଅବନୀ କୁମାର ସ୍ବାଇଁଙ୍କ ନେତୃତ୍ବରେ ଦୁଇଟି ଫାୟାର ଟିମ୍ ସାମିଲ ହୋଇଥିଲେ। କଳ୍ପନା ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ରର ଅଗ୍ନିଶମ କର୍ମଚାରୀ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏଥିରେ ଅଗ୍ନିଶମ ବିଭାଗର ଟେକ୍ନିକାଲ ଟିମ୍, ଦୁଇଟି ବଡ଼ ପାଣି ଟ୍ୟାଙ୍କର୍‌ ଓ ଆମ୍ବୁଲାନ୍ସ ମୁତୟନ ହୋଇଥିଲା।

ସମ୍ବନ୍ଧିତ ଖବର