ପିଲା ଦିନୁ ମୋର ସିନେମା ଦେଖିବାରେ ଭାରି ସଉକ। ତେବେ ଫିଲ୍ମ ଟିକେଟ୍ର ଦାମ ସେତେବେଳେ ୭୫ ପଇସା। ତେଣୁ ଘରୁ ପଇସା ଚୋରି କରି ବାଲେଶ୍ୱର ଟକିଜ୍, ବିଜୟା ଟକିଜ୍ ଓ ନର୍ଗିସ୍ ଟକିଜ୍ରେ ସିନେମା ଦେଖେ। ଖେଳଛୁଟି ପର୍ଯ୍ୟନ୍ତ ମୁଁ ସ୍କୁଲ୍ରେ ରୁହେ। ତା ପରେ ସ୍କୁଲ୍ରୁ ସିଧା ଯାଇ ସିନେମା ହଲ୍ରେ ସାଙ୍ଗମାନଙ୍କ ସହ ପହଞ୍ଚିଯାଏ। ମାତ୍ର ଦିନେ କୌଣସି ମତେ ବାପା ଜାଣିଦେଲେ। ତେଣୁ ବାପାଙ୍କଠୁ ଢେର୍ ମାଡ଼ ଖାଇଥିଲି। କିନ୍ତୁ ସିନେମା ଦେଖା ବନ୍ଦ ହେଲାନି। କାଳେ ସାର୍ଟରେ ଭାଙ୍ଗ ପଡ଼ିଲେ ବାପା ଜାଣିଦେବେ, ତେଣୁ ମୁଁ ସିନେମା ଦେଖିବା ବେଳେ ହଲ୍ରେ ସାର୍ଟ ଖୋଲି ହାତରେ ଧରି ସିନେମା ଦେଖୁଥିଲି। ଏବେ ବି ସମୟ ମିଳିଲେ ପତ୍ନୀଙ୍କ ସହ ସିନେମା ଦେଖେ। ପୁଣି ଯେବେ ପିଲାମାନଙ୍କ ସହ ଚୋର ପୁଲିସ୍ ଖେଳୁ, ପଡ଼ିଶା ଘର ବାଡ଼ିରେ ପଶିଯାଉ। ଯଦି କେହି ଗାଳିଦିଏ, ତେବେ ରାତିରେ ତାଙ୍କ ବାଡ଼ିରେ ପଶି କଦଳୀ ଗଛ କାଟିଦେଉ। ଗୋବର ପଲିଥିିନ୍ରେ ପୂରାଇ ତାଙ୍କ ଘର ଉପରକୁ ଫିଙ୍ଗୁ। ସେତେବେଳେ ଦୁଷ୍ଟାମୀର ସବୁ ସୀମା ମୁଁ ଲଙ୍ଘିଯାଇଥିଲି ବୋଲି କୁହନ୍ତି ବାଘାଯତୀନ ଲୋକନାଟ୍ୟରେ ଷ୍ଟାଇଲିସ୍ ହିରୋ ବାପି ପଣ୍ଡା।
ଘରୁ ପଇସା ଚୋରି କରି ସିନେମା ଦେଖୁଥିଲି : ବାପି ପଣ୍ଡା
ଅଭୁଲା ଚଗଲା ଦିନ
/sambad/media/post_attachments/wp-content/uploads/2018/07/bapi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)