ମୁଁ ସେତେବେଳେ ବହୁତ ଛୋଟ ଥିଲି। ସରସ୍ୱତୀ ପୂଜା ଥାଏ। ମୁଁ ଆଉ ମୋର ଦୁଇ ଜଣ ସାଙ୍ଗ ମିଶି ଫୁଲ ତୋଳିବାକୁ ମନସ୍ଥ କଲୁ। ଭାବିଲୁ ପାର୍କରେ ତ ଏତେ ସୁନ୍ଦର ଫୁଲଗଛ ଲାଗିଛି। ସେଠାରୁ ଆଣିବା। ଭୋର ପ୍ରାୟ ୫ଟା ବେଳକୁ ଆମେ ତିନି ଜଣ ମିଶି ପାଚେରି ଡେଇଁ ପାର୍କରେ ପଶିଲୁ ଫୁଲ ଚୋରି କରିବା ପାଇଁ। ଘରେ ବି ଏକଥା କାହାକୁ କହିନୁ। ଏମିତି ଫୁଲ ତୋଳିବା ଭିତରେ ଦିନ ହେଇଗଲା। ପାର୍କର ସିକ୍ୟୁରିଟି ଗାର୍ଡ ବି ଆସିଗଲା। ତାକୁ ଦେଖିକି ଆମ ମୁଣ୍ଡ ଖରାପ। ସିଏ ଯଦି ଦେଖିଦେଲା ଆମେ ଏମିତି ପାର୍କ ଭିତରୁ ଚୋରି କରିଛୁ ତେବେ ଘରେ ଜାଣିବେ ଆଉ ତା’ପରେ ଗୋଟିଏ ବି ମାଡ଼ ତଳେ ପଡ଼ିବନି। ଭାରି ଚିନ୍ତାରେ ପାର୍କ ଭିତରେ ଘୂରିବୁଲିଲୁ। ୟାରି ଭିତରେ ସିଏ ଆମକୁ ଦେଖିଦେଲା। ତିନିଜଣଙ୍କୁ ଧରି ବହେ ଗାଳି କଲା। ଘର ଠିକଣା ବି ମାଗିଲା ଅଭିଯୋଗ କରିବା ପାଇଁ। ଆମ ଭିତରୁ ଜଣେ କିନ୍ତୁ ପାଚେରି ଡେଇଁ ଛୁ ମାରିଲା। ବାକି ଆମେ ଦୁହେଁ ଫଶିଗଲୁ। ସେତେବେଳକୁ ଆମର କାନ୍ଦକାନ୍ଦ ଅବସ୍ଥା। ସେଇ ସିକ୍ୟୁରିଟି ଗାର୍ଡକୁ କେତେ ଅନୁରୋଧ କଲୁ। ଯାହାହେଉ ବହୁତ ସମୟ ପରେ ସିଏ ଆମକୁ ଛାଡ଼ିଦେଲା। ଆଉ ଆମେ ଏକ ନିଃଶ୍ୱାସରେ ଘରକୁ ଦଉଡ଼ିଲୁ। ସତରେ ସେ ସ୍ମୃତି ଆଜି ବି ମୋ ଓଠରେ ହସ ଖେଳେଇଦିଏ।
ଅଭୁଲା ଚଗଲା ଦିନ : ପାର୍କରୁ ଫୁଲ ଚୋରି କରି ଧରା ପଡ଼ିଥିଲି
ଦୀପ୍ତିରେଖା ପାଢ଼ୀ, ଓଡ଼ିଆ ଗାୟିକା
/sambad/media/post_attachments/wp-content/uploads/2018/03/diptiw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)