/* */

ଅଭୁଲା ଚଗଲା ଦିନ : ଭାଇ ମତେ ବାଡ଼େଇବାକୁ ୫କିଲୋମିଟର ଗୋଡ଼େଇଥିଲେ

ଭଣ୍ଡାରୀପୋଖରୀ, ଫତେପୁର ଗାଁରେ ମୋର ପିଲାଦିନ ବିତିଛି। ଛୋଟ ବେଳେ ପ୍ରବଳ ବାଳୁଙ୍ଗା ଥିଲି। ପଞ୍ଚମ କି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ କ’ଣ ଗୋଟେ କ’ଣ ଭୁଲ କରି ଦେଇଥିଲି। ତେଣୁ ଭାଇ ମତେ ବାଡ଼େଇବାକୁ ଗୋଡ଼େଇଲେ। ଭାଇଙ୍କର ରାଗ ପଞ୍ଚମକୁ ଉଠି ଯାଇଥିଲା। ମୁଁ ଆଉ କି ସମ୍ଭାଳେ। ଭାଇ ଗୋଡ଼ଉଥାନ୍ତି, ମୁଁ ଦଉଡ଼ୁଥାଏ। ଏମିତି ଦୌଡ଼ିଦୌଡ଼ି ପୂରା ୫ କିଲୋମିଟର ପଳେଇଲି। ଭାଇ ଅବଶ୍ୟ ମୋ ପଛରେ ଗୋଡ଼େଇଥିଲେ। ଶେଷରେ ବାଟରେ ଗୋଟେ ପାଣି ଘାଇ ପଡ଼ିବାରୁ ସେଥିରେ ମୁଁ ଗଳି ପଡ଼ିଲି। ଆଉ ଭାଇ ମତେ ଧରିନେଲେ। ଘରକୁ ଆଣି ନିର୍ଘାତ ବାଡ଼େଇବା ସହ ଦଉଡ଼ିରେ ମତେ ବାନ୍ଧି ଉପାସ ରଖିଦେଲେ। ବୋଉ ବହୁ ସମୟ ପରେ ଆସି ଦଉଡ଼ି ଖୋଲି ମତେ ଖାଇବାକୁ ଦେଇଥିଲା। ସବୁ ସିନା ଭୁଲି ହେଇଯିବ। କିନ୍ତୁ ଭାଇଙ୍କ ଦଣ୍ଡ ଜମା ନୁହେଁ। ଖାଲି ସେତିକି ନୁହେଁ, ଦୁଷ୍ଟାମି କଲେ ଭାଇ ମତେ କାନ ଧରି ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଆଣ୍ଠେଇ ଛିଡ଼ା କରଉଥିଲେ। ପୁଣି କାନ୍ଥରେ ଦୁଇ ଗୋଡ଼ ଓ ତଳେ ହାତ ଦେଇ ମୁଣ୍ଡ ତଳକୁ କରି ଓଲଟା ଛିଡ଼ା କରଉଥିଲେ। ମୋର ଦୁଷ୍ଟାମି ପାଇଁ ଭାଇ ମତେ ଏମିତି ବିଭିନ୍ନ ପ୍ରକାର ଦଣ୍ଡ ଦେଉଥିଲେ। ପିଲାବେଳର ସେସବୁ କଥା ମନେ ପଡ଼ିଲେ,ଏବେ କେମିତି କେମିତି ଲାଗେ…।

ସମ୍ବନ୍ଧିତ ଖବର