ମାରଣା ଷଣ୍ଢ ସହ ଖେଳିଥିଲି

ଅଭୁଲା ଚଗଲା ଦିନ

ମୋ ମା’ ଧର୍ମଶାଳା ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଥାଆନ୍ତି। ପିଲାବେଳେ ମୋର କିଛି ଦିନ ସେଇଠି କିଟିଛି। ସେ ଅଞ୍ଚଳରେ ଗୋଟିଏ ମାରଣା ଷଣ୍ଢ ଥିଲା। ସେ ବୁଲିବୁଲି ସମସ୍ତଙ୍କୁ ମାରୁଥିଲା। ତା’କୁ ବୟସ୍କ ଲୋକ ବି ଭୟ କରୁଥିଲେ। ଷଣ୍ଢଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା। ଦିନେ ମା’ ସ୍କୁଲ ଚାଲିଯାଇଥାଆନ୍ତି। ସେଇ ମୌକାରେ ଷଣ୍ଢ ଆମ ଘର ସାମ୍ନାରେ ଶୋଇଥିବା ବେଳେ ମୁଁ ତା’ ପିଠିରେ ବହୁ ସମୟ ଧରି ବସି ଖେଳିଥିଲି। ସେତେବେଳେ ମୋ ବୟସ ପ୍ରାୟ ତିନି-ଚାରି ବର୍ଷ ହୋଇଥିଲା। ଷଣ୍ଢଟି ମାରଣା ହୋଇଥିଲେ ବି ମୋର କିଛି କ୍ଷତି କରିନଥିଲା। ଲୋକେ ମତେ ଯେତେ ଡାକି ଥିଲେ ବି ମୁଁ ଷଣ୍ଢ ଉପରୁ ଉଠିନଥିଲି। ମନ ଇଚ୍ଛା ତା’ ଉପରେ ନାଚକୁଦ କରିଥିଲି। ଚୁପ୍‌ଚାପ୍‌ ସେ ଶୋଇଥିଲା। ଆମ ପଡ଼ୋଶୀ ଏହା ଦେଖି ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ମୋର ସେ ଘଟଣା ଝାପ୍‌ସା ମନେ ଅଛି। ସେ କଥା ଆଜି ବି ଗୁରୁଜନ ଲୋକଙ୍କ ନିକଟରୁ ଶୁଣିଲେ ମତେ ଆଶ୍ଚର୍ଯ୍ୟ ଲାଗେ। ମାରଣା ଷଣ୍ଢ ମୋ ପାଖେ କିପରି ପୋଷା ମାନିଗଲା ମତେ ବି ବିଶ୍ୱାସ ହୁଏନି।

ୟୁ-ଟ୍ୟୁବ୍‌ରେ ପ୍ରେମ୍‌ ଆନନ୍ଦଙ୍କ ‘ଓଷଦ’

ଟ୍ରେଣ୍ଡିଂ ଲିଷ୍ଟର ଏବେ ସ୍ଥାନ ପାଇଛି ମ୍ୟୁଜିକ୍‌ ସାଇଣ୍ଟିଷ୍ଟ ପ୍ରେମ୍‌ ଆନନ୍ଦଙ୍କ ‘ଓଷଦ ନେଇ ଆ’ ଗୀତ । ଏଇ କିଛିଦିନ ତଳେ ହାପି ଲକି ଚଳଚ୍ଚିତ୍ରର ଗୀତ ‘ଓଷଦ ନେଇ ଆ’ ୟୁ-ଟ୍ୟୁବ୍‌ରେ ଉଭୟ ଅଡିଓ ଏବଂ ଭିଡିଓଜ୍‌ ଅପଲୋଡ୍‌ ହୋଇଥିଲା । କିନ୍ତୁ ଏଇ ଗୀତ ଅପଲୋଡ ହେବାର କିଛିଦିନ ମଧ୍ୟରେ ଭାଇରାଲ ହୋଇ ଯାଇଛି। ଯେଉଁଥିପାଇଁ ଏହା ଏବେ ୟୁ-ଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟର ୧୩ ନମ୍ବରରେ ରହିଛି ।

ପ୍ରଥମେ ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟର ୪୫ରେ ଏହି ଗୀତ ଥିଲା । ଏବେ ଏହା ଆସି ୧୩ରେ ପହଞ୍ଚିଛି । ୟୁଟ୍ୟୁବ୍‌ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣତଃ ଗୁଗୁଲରେ ସର୍ଚ୍ଚ ହେଉ କି ୟୁଟ୍ୟୁବ୍‌ରେ ଯେଉଁ ଗୀତ କିମ୍ବା ଭିଡିଓକୁ ଯେତେ ଅଧିକ ଦେଖାଯାଇଥାଏ, ତାହା ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇଥାଏ। ତେଣୁ ପ୍ରଥମ ଓଡ଼ିଆ ଗୀତ ଭାବେ ଏହି ଗୀତ ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇଛି । ଏହି ଗୀତକୁ ଗାଇଛନ୍ତି ଆଶୁତୋଷ ଏବଂ ଅସୀମା ପଣ୍ଡା। ଲେଖିଛନ୍ତି ବସନ୍ତ ରାଜ୍‌ ସାମଲ ।

ଏ ସଂପର୍କରେ ଏହି ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ କହିଛନ୍ତି, ଏ ଗୀତ କମ୍ପୋଜ୍‌ ବେଳୁ ସୁପରହିଟ୍‌ ହେବ ବୋଲି ଜଣାପଡ଼ୁଥିଲା। ଏବେ ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇ ତାହା ପ୍ରମାଣିତ କରିଛି। ସାଧାରଣତଃ ଗୀତ କମ୍ପୋଜ୍‌ କଲା ବେଳେ ମୁଁ ସବୁବେଳେ ମୋର ବେଷ୍ଟ୍‍ ଦେଇଥାଏ । ଯାହାର ସୁଫଳ ବି ଏଇ ଗୀତରେ ମିଳିଛି ବୋଲି କହିଛନ୍ତି ପ୍ରେମ୍‌ ଆନନ୍ଦ ।

ସମ୍ବନ୍ଧିତ ଖବର