ଭୁବନେଶ୍ୱର: ଏଣିକି ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଉ ଲାପଯପ୍ ଦିଆଯିବ ନାହିଁ। ଲାପଟପ୍ ବଦଳରେ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ସୂଚନା ଅନୁଯାୟୀ, ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୨୦୧୩ ମସିହାରୁ ଯୁକ୍ତ୨ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯାଉଥିଲା। ତେବେ ଦେଖିବାକୁ ମିଳୁଛି ଯେ କେତେକ ଛାତ୍ରଛାତ୍ରୀ ଲାପଟପ୍ ନେଉନାହାନ୍ତି। ମାସ ମାସ ଧରି ଲାପଟପ କଲେଜରେ ପଡ଼ି ରହୁଥିଲେ ମଧ୍ୟ ପିଲାଙ୍କର ଦେଖାଦର୍ଶନ ମିଳୁନି। ତାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷଠାରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍ ବଦଳରେ ଟଙ୍କା ଦିଆଯିବ। ମେଧାବୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ୩୦ ହଜାର ଟଙ୍କା ପଠାଯିବ। ଏଥିପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି। ହିତାଧିକାରୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ପ୍ରସ୍ତୁତ କରିବା ପାଇଁ ଓକାକ୍ ଓ ସାମ୍ସ ମିଳିତ ଭାବେ ଏହି ସଫ୍ଟୱେୟାର ପ୍ରସ୍ତୁତ କରୁଛନ୍ତି। ଏଥିସହ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ ହେବା ପରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଗତ ୬ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ୨୦୨୯-୨୦ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ସିଭିଲ ସର୍ଭିସ କୋଚିଂରେ ୯୯ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତେବେ କରୋନା ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି।
ଏଣିକି ଯୁକ୍ତ୨ ମେଧାବୀଙ୍କୁ ଲାପଟପ୍ ବଦଳରେ ଟଙ୍କା, ପିଲାଙ୍କ ଆକାଉଣ୍ଟକୁ ପଠାଯିବ ୩୦ ହଜାର
ଖୁବ୍ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି
/sambad/media/post_attachments/wp-content/uploads/2020/11/money-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)