ଧଉଳି : ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ନିକଟରେ ବୁଧବାର ରାତି ପ୍ରାୟ ୧୧ଟାରେ ୩ ଜଣ ଯୁବକ ବାଇକ୍ରେ ଆସି ଅନ୍ୟ ଜଣେ ଯୁବକଙ୍କୁ ମାଡ଼ ମାରି ତାଙ୍କ ନିକଟରୁ ୪ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଯୁବକ ହେଲେ ବାଲିପାଟଣା ଥାନା ଅଧୀନ ବୋଧଖଣ୍ଡି ଗ୍ରାମର ସତ୍ୟବ୍ରତ ନାୟକ(୨୫)। ଅଭିଯୋଗ ମୁତାବକ ସତ୍ୟ କ୍ୟାପିଟାଲ ହସ୍ପିଟାଲ ପାଥୋଲାବ୍ରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଗତକାଲି ସେ ବାଇକ ନେଇ ଘରକୁ ଫେରୁଥିବା ବେଳେ ଧଉଳି ଛକ ନିକଟରେ ସଂପୃକ୍ତ ୩ ଜଣ ଯୁବକ ରଙ୍ଗ୍ୱେରେ ଆସି ତାଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ ନେଇଥିଲେ। ଅନ୍ୟପକ୍ଷରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟିବାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିବା ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ବାଇକ ନମ୍ବରକୁ ଆଧାର କରି ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିଛି।
ଯୁବକଙ୍କୁ ମାଡ଼ମାରି ଟଙ୍କା ଛଡ଼ାଇ ନେଲେ
/sambad/media/post_attachments/wp-content/uploads/2019/06/loot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)