ଧଉଳି : ଓଲିଉଡ୍ ସେଲିବ୍ରିଟିଙ୍କ ଦ୍ବାରା ଏକ ଅନ୍ଲାଇନ ନିଯୁକ୍ତି ସଂସ୍ଥାର ପ୍ରଚାର ପ୍ରସାର ଆଳରେ ଜଣେ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ ଧଉଳି ଥାନାରେ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ସ୍ବର୍ଣ୍ଣପ୍ରଭା ପରିଡ଼ା ଧଉଳି ଥାନାରେ ଅବିନାଶ ରାଉତଙ୍କ ନାମରେ ଏଭଳି ଅଭିଯୋଗ ଆଣିଛନ୍ତି। ଧଉଳି ଥାନା ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ବି ସ୍ବର୍ଣ୍ଣପ୍ରଭାଙ୍କୁ ସାଇବର ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ସ୍ବର୍ଣ୍ଣପ୍ରଭାଙ୍କ ଅଭିଯୋଗ ଅନୁସାରେ ସେ ଫର୍ଏଭର ନାମକ ଏକ ଅନ୍ଲାଇନ୍ ନିଯୁକ୍ତି ସଂସ୍ଥାରେ କାମ କରନ୍ତି। ନିଜକୁ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ବୋଲି କହୁଥିବା ଅବିନାଶ ତାଙ୍କ ସଂସ୍ଥାକୁ ଓଲିଉଡ୍ ସେଲିବ୍ରିଟିଙ୍କ ଇନ୍ଷ୍ଟାଗ୍ରାମ୍ରେ ଯୋଡ଼ିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଅବିନାଶ କହିଥିଲେ। ତେଣୁ ସ୍ବର୍ଣ୍ଣପ୍ରଭା ବିଭିନ୍ନ ପର୍ଯ୍ୟାୟରେ ଅବିନାଶଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ପଠାଇଥିଲେ। ହେଲେ ଟଙ୍କା ପାଇବା ପରେ ଅବିନାଶ ଆଉ ଧରାଛୁଆଁ ଦେଇନଥିଲେ। ଠକାମିର ଶିକାର ହେବା ଆଶଙ୍କା କରି ସେ ଅବିନାଶଙ୍କୁ ଟଙ୍କା ମାଗିଥିଲେ। ହେଲେ ତା’ପରଠାରୁ ଅବିନାଶ ଆଉ ତାଙ୍କ ଫୋନ୍ ଉଠାଉନାହାନ୍ତି ବୋଲି ସ୍ବର୍ଣ୍ଣପ୍ରଭା ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/dhauli-police-station.jpg)