ମାଙ୍କଡ଼ କାମୁଡ଼ା‌‌ରେ ୬ ଆହତ

ବାଲିଅନ୍ତା: ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧୀନ ବଇଁଚୁଆ ପଞ୍ଚାୟତରେ ଗତ କିଛି ଦିନ ହେବ ଏକ ପାଗଳ ମାଙ୍କଡ଼ କାମୁଡ଼ାରେ ଜଣେ ମହିଳାଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି କରାଯାଇଛି। ମାଙ୍କଡ଼ଟି ବାଟଘାଟ, ପୋଖରୀ ତୁଠରେ ମହିଳା ଓ ଛୋଟଛୋଟ ପିଲାଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡୁଛି। ମାଙ୍କଡ଼ ଭୟରେ ଲୋକମାନେ ହାତରେ ଠେଙ୍ଗାବାଡ଼ି ଧରି ଯାତାୟାତ କରୁଛନ୍ତି। ସପ୍ତାହକ ମଧ୍ୟରେ ଉକ୍ତ ମାଙ୍କଡ଼ ଆକ୍ରମଣରେ ପାଟରା ସାହିର ସନ୍ତୋଷ ସାହୁ(୧୯), ଗୁନ ବେହେରା, ୬ ଭାଇସାହିର ଚଇ ସାହୁ, ମାନା ସାହୁ (୨୮) ଓ ଭେଲୁରି ଗ୍ରାମର ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ ସ୍ଥାନୀୟ ଲୋକମାନେ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଫୋନ୍‌ ଯୋଗେ ଜଣାଇବା ପରେ ମାଙ୍କଡ଼ଧରା ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର