ବାଣୀବିହାରରୁ ମାଙ୍କଡ଼ ଧରାହେଲା ୩ ଦିନରେ ୭ ଛାତ୍ରଙ୍କୁ କାମୁଡ଼ିଥିଲା

ଭୁବନେଶ୍ୱର: ବାଣୀବିହାର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ ବିଭାଗରେ ତିନିଦିନ ଧରି ଉତ୍ପାତ କରୁଥିବା ମାଙ୍କଡ଼କୁ ଆଜି ବନବିଭାଗ କାବୁ କରିଛି। ଦୀର୍ଘ ଦୁଇଘଣ୍ଟାର ଅପରେସନ ପରେ ନନ୍ଦନକାନନ ଫରେଷ୍ଟର ରାମଚନ୍ଦ୍ର କାଣ୍ଡି ତାକୁ ଧରି ଜଙ୍ଗଲରେ ଛାଡ଼ିଛନ୍ତି। ତିନିଦିନ ଧରି ଏହି ବିଭାଗ ସମ‌େତ ହଷ୍ଟେଲରେ ମାଙ୍କଡ଼ ଉତ୍ପାତ କରିଥିଲା। ୩ ଦିନରେ ସନ୍ଦୀପ କିଶୋର ତ୍ରିପାଠୀ, ସ୍ବାଭିମାନ ଷଡ଼ଙ୍ଗୀ, ଶ୍ରୀକାନ୍ତ ଦାସ, ଉମାକାନ୍ତ ନାୟକ, ଦେବବ୍ରତ ଗଡ଼ନାୟକ, ସୁଧାଂଶୁ ରଞ୍ଜନ ଓ ପ୍ରସନ୍ନଜିତ କୁଣ୍ଡୁଙ୍କୁ ମାଙ୍କଡ଼ କାମୁଡ଼ିଥିଲା। ପ୍ରତ୍ୟେକ ଦିନ ସକାଳୁ ମାଙ୍କଡ଼ ପହଞ୍ଚି ଘରେ ପଶିଯିବା ସହ ରଖାଯାଇଥିବା ବ୍ୟାଗ୍‌ ନେଇ ଯାଉଥିଲା। ବ୍ୟାଗ୍‌ ଖୋଲି କାଗଜପତ୍ର ଫିଙ୍ଗିବା ସହ ଖାଦ୍ୟ ପଦାର୍ଥ ଖାଇ ଯାଉଥିଲା। ଏଭଳି ଦୁଇଜଣଙ୍କର ଜରୁରୀ କାଗଜପତ୍ର ଚିରି ଦେଇଥିବା ବେଳେ ଆସବାବପତ୍ର ନଷ୍ଟ କରିଥିଲା।

 

ସମ୍ବନ୍ଧିତ ଖବର