ବାରଙ୍ଗ: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ୧୩୬୬୫.୨୦ ବର୍ଗ ଫୁଟ୍ ସ୍ଥାନରେ ବିଶ୍ବସ୍ତରୀୟ ମାଙ୍କଡ଼ ଖୁଆଡ଼ ଉଦ୍ଘାଟନ ହେବ। ନବକଳେବର ହୋଇଥିବା ଏହି ବହୁପ୍ରକୋଷ୍ଠ ଖୁଆଡ଼ରେ ବିରଳ ପ୍ରଜାତିର ବିଦେଶୀ ମାଙ୍କଡ଼ ରହିବେ। ଆସନ୍ତା କାଲି(ରବିବାର) ଅପରାହ୍ନ ୪ଟା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଯୋଗଦେଇ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଅଛିବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି। ବହୁ ପ୍ରକୋଷ୍ଠବିଶିଷ୍ଟ ବିଶିଷ୍ଟ ଏହି ଖୁଆଡ଼ ପରିସରରେ ରହିଛି ୧୮ଟି କୋଠରି। ପଛପାଖକୁ ଲାଗି ପ୍ରାକୃତିକ ପରିବେଶରେ ବିଚରଣ କରିବାର ସୁଯୋଗ ଥିବା ବାଡ଼ଦ୍ବାର ଆବଦ୍ଧ ୧୦ଟି କୁଟୀର ତିଆରି କରାଯାଇଛି। ସମଗ୍ର ଖୁଆଡ଼ ଆଗରେ ଟାଇଲ ପକାଇ ପର୍ଯ୍ୟଟକଙ୍କ ପରିଭ୍ରମଣ ପଥ ନିର୍ମାଣ କରାଯାଇଛି।
ତା’ଉପର ଛପର ମଧ୍ୟ କରାଯାଇଛି। ଏହି ଖୁଆଡ଼ ମଧ୍ୟରେ ବିଶ୍ବରେ ଦେଖିବାକୁ ମିଳୁଥିବା ୭ଟି ବିରଳ ପ୍ରଜାତିର ଆକର୍ଷଣୀୟ ବିଦେଶୀ ମାଙ୍କଡ଼ଙ୍କୁ ଛଡ଼ାଯିବ। ତାଙ୍କ ଭିତରେ ଅଛନ୍ତି କଟନ୍ଟପ୍ ତାମାରିନ୍, ସୁବର୍ଣ୍ଣ ହାତ ତାମାରିନ୍, ସିଆମଙ୍ଗ୍, ବ୍ଲାକ୍ ଟଫେଡ୍ ମାର୍ମୋସେଟ୍ ଓ ଜିଓଫ୍ରୋୟସ୍ ମାର୍ମୋସେଟ୍ ମାଙ୍କଡ଼। ଏମାନଙ୍କ ମଧ୍ୟରୁ କଟନ୍ ଟପ୍ ତାମାରିନ୍, ସିଆମଙ୍ଗ୍, ସାଧାଣଣ ମାର୍ମୋସେଟ୍ ଓ ଜିଓଫ୍ରୋୟସ୍ ମାର୍ମୋସେଟ୍ ନନ୍ଦନକାନନକୁ ପ୍ରଥମ କରି ଅଣାଯାଇଛନ୍ତି। ଖୁଆଡ଼ ଭିତରେ ଏହି ବିରଳ ପ୍ରଜାତିର ମାଙ୍କଡ଼ମାନେ ଖେଳକୁଦ କରୁଥିବା ଦୃଶ୍ୟ ପର୍ଯ୍ୟଟକ ସ୍ପଷ୍ଟ ଭାବେ ଦେଖିବା ଲାଗି ଖୁଆଡ଼ ଆଗରେ ସ୍ବଚ୍ଛକାଚ ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/10/bJe3hJ4HCNwSrkM06HiK.jpg)