ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଛୁଇଁଛି ମୌସୁମୀ। ରାତି ପ୍ରାୟ ୧୧ଟା ୪୫ ବେଳକୁ ରାଜଧାନୀରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜଧାନୀରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ୧୫ ତାରିଖ ପରଠାରୁ ରାଜଧାନୀରେ ପାଗ ଶୁଖିଲା ରହିବ। ପୁଣି ୧୮ତାରିଖ ଆଡ଼କୁ ଦ୍ବିତୀୟ ପର୍ଯ୍ୟାୟ ମୌସୁମୀ ବର୍ଷାରେ ରାଜଧାନୀ ଭିଜିବ ବୋଲି ସୂଚନା ମିଳିଛି। ଅପରପକ୍ଷେ ଏହି ୩ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜଧାନୀ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି। ଏନେଇ ବିଏମ୍ସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜଣାଯାଇଛି।
ରାଜଧାନୀ ଛୁଇଁଲା ମୌସୁମୀ
/sambad/media/post_attachments/wp-content/uploads/2021/06/rain-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)