ସାଧାରଣ ୱାର୍ଡରେ ୯୦% ଶଯ୍ୟା ଖାଲି
ଆଇସିୟୁରେ ୬୪.୬୨% ଶଯ୍ୟା ଭର୍ତ୍ତି
ରାଜଧାନୀର ୧୩୪ ଆକ୍ରାନ୍ତ ହସ୍ପିଟାଲରେ
ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି କମି ଚାଲିଥିବାବେଳେ ଭୁବନେଶ୍ବରରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମିଛି। ସ୍ଥିତି ଏପରି ହୋଇଛି ଯେ, ହସ୍ପିଟାଲରେ ମାତ୍ର ୨୧.୧୬% ଶଯ୍ୟାରେ ଆକ୍ରାନ୍ତ ଅଛନ୍ତି। ହସ୍ପିଟାଲରେ ବହୁ ଶଯ୍ୟା ଖାଲି ପଡ଼ିଛି। ଯେତିକି ଶଯ୍ୟାରେ ଆକ୍ରାନ୍ତ ଅଛନ୍ତି ସେଥିରେ ଅଧିକାଂଶ ଗୁରୁତର ଅବସ୍ଥାରେ ଅଛନ୍ତି। ତେଣୁ ଆଇସିୟୁ, ଭେଣ୍ଟିଲେଟର ପାଇଁ ସେମାନେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ୯ଟି ହସ୍ପିଟାଲରେ ସାଧାରଣ ୱାର୍ଡ, ଆଇସିୟୁ, ଏଚ୍ଡିୟୁ ଓ ଭେଣ୍ଟିଲେଟରକୁ ମିଶାଇ ମୋଟ୍ ୧୭୫୩ଟି ଶଯ୍ୟା ଥିବାବେଳେ ମାତ୍ର ୩୭୧ଟି ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏବେ ହସ୍ପିଟାଲରେ ବହୁ ଶଯ୍ୟା ଖାଲିପଡ଼ିଛି। ବର୍ତ୍ତମାନଠାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଶଯ୍ୟା କମାଇବାର ଯୋଜନା ନାହିଁ ବୋଲି ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ସହରରେ ଏବେ କରୋନାର ଦ୍ବିତୀୟ ଲହରୀ ଆସିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ଓଡ଼ିଶାରେ ଏବେ ଶୀତ ଅଧିକ ପଡ଼ୁଛି। ତେଣୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଆମେ କୌଣସି ରିସ୍କ ନେବାକୁ ଚାହୁଁନୁ। ରାଜ୍ୟର ସମସ୍ତ ଗୁରୁତର ଆକ୍ରାନ୍ତ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଥିବାରୁ ସେମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା ପାଇଁ ଆମେ ଏବେ ଅଧିକ ଶଯ୍ୟା ମହଜୁଦ୍ ରଖୁଛୁ। ଯଦି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବଢ଼ିବନି ତେବେ ଆମେ ହସ୍ପିଟାଲରେ ଶଯ୍ୟା କମାଇବୁ।
/sambad/media/post_attachments/wp-content/uploads/2020/12/covid-1.jpg)
ଏବେ ରାଜଧାନୀରେ ୯ଟି ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୭୫୩ଟି ଶଯ୍ୟା ରହିଛି। ଏଥିରୁ ମାତ୍ର ୩୭୧ଟିରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଥିରୁ ଅଧିକାଂଶ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅର୍ଥାତ୍ ଯେଉଁମାନେ ଗୁରୁତର ହେଉଛନ୍ତି ସେମାନେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ସାଧାରଣ ୱାର୍ଡରେ ୧୦୦୩ଟି ଶଯ୍ୟା ଥିବାବେଳେ ଏଥିରେ ମାତ୍ର ୧୦୬ଜଣ ଅଛନ୍ତି। ଆଇସିୟୁରେ ୩୭୬ଟି ଶଯ୍ୟାରୁ ସେଥିରେ ୧୩୩ଜଣ, ଭେଣ୍ଟିଲେଟରରେ ୨୧୬ଟି ଶଯ୍ୟା ଥିବାବେଳେ ଏଥିରେ ୪୯ଜଣ ଜଣ ଏବଂ ଏଚ୍ଡିୟୁରେ ୨୧୬ଟି ଶଯ୍ୟାରୁ ସେଥିରେ ୮୩ଜଣ ଚିକିତ୍ସାଧୀନ ଅଛନ୍ତି। ଅର୍ଥାତ୍ ଆଇସିୟୁରେ ମୋଟ୍ ଶଯ୍ୟାର ୬୪.୬୨% ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଭେଣ୍ଟିଲେଟରର ୨୨.୬୮% ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ସେହିପରି ମୋଟ୍ ୩୭୧ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ମଧ୍ୟରେ ୧୩୪ଜଣ ବିଏମ୍ସି ଅଞ୍ଚଳର ଓ ଅନ୍ୟ ୨୪୭ଜଣ ବାହାର ଜିଲ୍ଲାର ବୋଲି ଜଣାପଡ଼ିଛି। ରାଜଧାନୀରେ ଆଜିକା ଦିନରେ ୩୯୭ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଏଥିରୁ ୧୩୪ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/covid-hospital.jpg)