ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଲା, ୪୮ ହଜାର ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୧୭୪ ଓ ସ୍ଥାନୀୟ ଅଂଚଳରୁ ୯୪୪ ଜଣ ସଂକ୍ରମିତ ଅଛନ୍ତି । ଏଥି ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ କରିଛି । ଆଜି ଭୁବନେଶ୍ୱରରେ ୮୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

ଭୁବନେଶ୍ୱରର ପଟିଆରୁ ୫୮ ଜଣ, ନୟାପଲ୍ଲୀରୁ ୫୨ ଜଣ, ପୁରୁଣା ଭୁବନେଶ୍ୱରରୁ ୪୯ ଜଣ, ଖଣ୍ଡଗିରିରୁ ୪୮ ଜଣ, ଲକ୍ଷ୍ମୀସାଗରରୁ ଆଜି ୩୫ ଜଣ, ଡୁମଡୁମାରୁ ୩୩ ଜଣ, ଚନ୍ଦ୍ରଶେଖରପୁରରୁ ୩୦ ଜଣ, ଶୈଳଶ୍ରୀ ବିହାରରୁ ୨୪ ଜଣ, ୟୁନିଟ-୯ରୁ ୨୩ ଜଣ ଓ ଝାରପଡ଼ାରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏଯାବତ ୬୦ ହଜାର ୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୮ ହଜାର ୨୮୬ ଜଣ ସୁସ୍ଥ ହୋଇଥିବା ବେଳେ୨୯୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୧ ହଜାର ୬୮୩ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର