୫୯ ନଂ ୱାର୍ଡ‌ରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି

ନନ୍ଦକିଶୋର ପୁଷ୍କରିଣୀ ପୁନରୁଦ୍ଧାର ଦାବି

ପୁରୁଣା ଭୁବନେଶ୍ୱର : ବିଏମ୍‌ସି ୱାର୍ଡ ନଂ ୫୯ ଅନ୍ତର୍ଗତ ଗ୍ୟାରେଜ୍ ଛକ ଅଞ୍ଚଳ, ନନ୍ଦ କିଶୋର ନଗର, ସାମନ୍ତରାପୁର ଅଞ୍ଚଳରେ ମଶା ବଂଶ ବୃଦ୍ଧି ପାଉଛି। ଏନେଇ ଆଜି ସ୍ଥାନୀୟ ଲୋକ କର୍ପୋରେଟର୍‌ଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରାଇଛନ୍ତି। ପ୍ରକାଶ ଯେ, ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ଓ ମ୍ୟାଲେରିଆ ଭୟ ସୃଷ୍ଟି ହୋଇଛି। ଗ୍ୟାରେଜ ଛକ ନିକଟ ସାମନ୍ତରାପୁର ଅଞ୍ଚଳରେ ଦୟା ୱେଷ୍ଟ୍ ‌େକନାଲରେ ଦଳ ଭର୍ତ୍ତି ହୋଇ ରହିଥିବା ବେଳେ ନନ୍ଦକିଶୋର ପୁଷ୍କରିଣୀ ଏବେ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏଠାରେ ମଇଳା ପାଣି ଜମି ରହିବା ସହ ଅଳିଆ ଆବର୍ଜନା ପଡ଼ି ରହି ମଶା ବଂଶ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏହାକୁ ସଫେଇ କରିବା ସହ ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ସମେତ ବହୁ ସଦସ୍ୟ ଏନେଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର