ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ମଶା ବଂଶ ବୃଦ୍ଧି ପାଇ ଏବେ ଲୋକଙ୍କର ବିରାଟ ସମସ୍ୟା ପାଲଟିଛି। ସଂଧ୍ୟା ହେଲେ ଘରେ ପଶୁଛନ୍ତି ମେଞ୍ଚେ ମେଞ୍ଚେ ମଶା। ଏହାର ସମାଧାନ ପାଇଁ ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି ଡ୍ରୋନରେ ମଶା ଲାଭା ନଷ୍ଟ ପ୍ରକ୍ରିୟା।

Advertisment

ଡ୍ରୋନ ମାଧ୍ୟମରେ ହେଉଛି କେମିକାଲ ସ୍ପ୍ରେ। ଏହି ସ୍ପ୍ରେରେ ମଶାମାନେ ମରିକୁ ତଳେ ଖସିପଡ଼ିବେ ବୋଲି ସୁଚନା ରହିଛି। ମଶାଙ୍କ ବଂଶ ବୃଦ୍ଧି ପାଉଥିବା ହେତୁ ଦୁର୍ଗମ ଅଞ୍ଚଳରେ ମଶା ଦମନରେ ସାମିଲ ହେଇଛି ଡ୍ରୋନ।

ସୂଚନା ରହିଛି ଯେ ଏକା ସାଙ୍ଗରେ ୧୦ ଲିଟର କେମିକାଲ ବହନ କରି ଡ୍ରୋନ୍  ସିଞ୍ଚନ କରିପାରିବ। ଆଜି ପ୍ରଥମ ପର୍ଯ୍ୟାୟରେ ନୀଳାଦ୍ରି ବିହାର ଅଞ୍ଚଳରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

ଏନେଇ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ସୂଚନା ପ୍ରଦାନ କରିଛନ୍ତି ଯେ ରାଜଧାନୀରେ  ମଶା ଧୂଆଁ ଗାଡି ସଂଖ୍ୟା ବଢାଯିବ, ଘାସ ଓ ବେଣା କାଟାଳିଙ୍କ ଟିମ୍‌କୁ ବି ବୃଦ୍ଧି କରାଯିବ। ଅଧିକ ମଶା ବଂଶ ବୃଦ୍ଧି ହେଇଥିବା ଅଞ୍ଚଳରେ ଟେକ୍ନିକାଲ ଟିମ୍  ପକ୍ଷରୁ ସର୍ଭେ କରାଯିବ।