ଖୋର୍ଧା: ବିଗତ ବର୍ଷ ପରି ବାଣପୁର ବ୍ଲକ୍ରେ ସର୍ବାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ, ବୋତଳମା ଓ ବାଳକାଟିରେ ଆଦୌ ରୋଗୀ ନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଚଳିତ ବର୍ଷ ଜିଲ୍ଲାରେ ମୋଟ ୧ ଲକ୍ଷ ୧ ଏକାର ୫୧୨ ରୋଗୀଙ୍କର ରକ୍ତ ମ୍ୟାଲେରିଆ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୭୯ ଜଣଙ୍କର ମ୍ୟାଲେରିଆ ପଜିଟିଭ୍ ଲକ୍ଷଣ ଦେଖା ଦେଇଥିଲା। ସେଥିମଧ୍ୟରୁ ବାଣପୁର ବ୍ଲକ୍ରେ ସର୍ବାଧିକ ୧୪୭ ଜଣ, ବାଲୁଗାଁରେ ୨ ଜଣ, ବୋତଳମା ପିଏଚ୍ସିରେ ଜଣେ, ମେଣ୍ଢାଶାଳ ପିଏଚ୍ସିରେ ଜଣେ, ବାଳକାଟିରେ ଜଣେ, ବିଏମ୍ସିରେ ୯ ଜଣ, ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଜଣ, ସିଏଚ୍ବିରେ ୮ ଜଣ ମ୍ୟାଲେରିଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ଡ଼େଙ୍ଗୁରେ ଚଳିତ ବର୍ଷ ମୋଟ ୪୫ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ସର୍ବାଧିକ ବିଏମ୍ସିରେ ୪୫ ଜଣ ମେଣ୍ଢାଶାଳରେ ୨ ଜଣ ଓ ବାଣପୁରରେ ଜଣେ ମାତ୍ର ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ୨୦୧୭ରେ ଡାଇରିଆରେ କେବଳ ଟାଙ୍ଗୀ ବ୍ଲକ୍ରେ ୩୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଡାଇରିଆ, ଡେଙ୍ଗୁ ଓ ମ୍ୟାଲେରିଆରେ କୋଣସି ରୋଗୀଙ୍କର ମୃତ୍ୟୁ ଘଟି ନଥିବା ଜଣାପଡ଼ିଛି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ମେଲେରିଆ, ଡେଙ୍ଗୁ,ଡାଇରିଆ ନିରାକାରଣ ଏବଂ ସଚେତନତା ଶିବିର ‘ଏମ.ଡି.ଡି. କ୍ୟାମ୍ପେନିଂ-୨୦୧୮’ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ମନୋରନ ମଲ୍ଲିକ ଏହି ସୂଚନା ଦେଇଛନ୍ତିା ଚଳିତ ବର୍ଷ ଜୁନ ୨୦ ତାରିଖ ଠାରୁ ସେପ୍ଟଟର ୧୯ତାରିଖ ପର୍ଯନ୍ତ ତିନିି ମାସ ଧରି ଜିଲ୍ଲାରେ ଥିବା ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୬ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୨୦୨ଟି ସବସେଣ୍ଟରରେ ଏହି କାର୍ଯକ୍ରମ ୧୩୨୮ ଗାଁ କଲ୍ୟାଣ ସମିତି ସଦସ୍ୟ ଏବଂ୧୧୯୮ ଆଶାକର୍ମୀ ମାନଙ୍କୁ ନେଇ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାରତୀ ଭୂଷଣ ବରାଳ ସୂଚନା ଦେଇଥିଲେ। ସଚେତନତା ପାଇଁ ଏହି ସମୟ ମଧ୍ୟରେ ପ୍ରତି ସ୍କୁଲରେ ହାତଧୁଆ କାର୍ଯକ୍ରମ କରାଯିବ। ରୋଗୀମାନଙ୍କୁ ଲକ୍ଷଣ ଦେଖାଯିବା ସାଙ୍ଗେ ସାଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ ହେବା ନିମନ୍ତେ ପରାମର୍ଶ ଦିଆଯିବା ସହ ପ୍ରଥମ ପର୍ଯ୍ୟାୟରେ ସର୍ବସାଧାରଣରେ ସଚେତନତା କରିବା ପାଇଁ ଜୁନ ୨୦ ତାରିଖରୁ ଜୁଲାଇ ମାସ ୧୯ ପର୍ଯ୍ୟନ୍ତ ଏକ ମାସ ଧରି ଜିଲ୍ଲାର ପ୍ରତ୍ୟେକ ପରିବାରଙ୍କୁ ଡାଇରିଆ ରୋଗର ନିରାକାରଣ, ଲକ୍ଷଣ ଉପରେ ସଚେତନତା କରାଯିବ । ପ୍ରତ୍ୟେକ ପରିବାରକୁ ୨ଟି ଲେଖାଏଁ ଓଆରଏସ ପ୍ୟାକେଟ ବଣ୍ଟନ କରାଯିବ ଯେଉଁ ପରିବାରରେ ୫ବର୍ଷରୁ କମ ବୟସର ଶିଶୁ ଥିବେ ସେହୁ ପରିବାରକୁ ଅଧିକ ଗୋଟିଏ ଓଆର୍ଏସ ପ୍ୟକେଟ ଦିଆଯିବା ସହିତ ପ୍ରତ୍ୟେକ ଦିନ ଡାଇରିଆରେ ଆକା୍ରନ୍ତ ରୋଗୀଙ୍କ ସଂଖ୍ୟା ଗଣନା କରାଯିବ। ଅଧିକ ଆକ୍ରାନ୍ତ ଡାଇରିଆ ରୋଗୀ ମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ଆଶା କର୍ମୀମାନଙ୍କ ଏବଂ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସଫେଇ ସହିତ ବ୍ୟବହାର ଯୋଗ୍ୟ ମଶାରି ଗୁଡିକୁ ଓଷଧ ଉପଚାରିତ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୨୦ ତାରିଖଠାରୁ ସେପ୍ଟେଟର ୧୯ ତାରିଖ ପର୍ଯ୍ୟନ୍ତ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ଉପରେ ସାଧାରଣରେ ସଚେତନତା ସୃଷ୍ଟି କରିବାର କାର୍ଯ୍ୟକ୍ରମ ରହିଥିବାର ଜିଲ୍ଲା ମୂଖ୍ୟଚିକିତ୍ସାଧିକାରୀ ସୂଚନା ଦେଇଥିଲେ।
ବାଣପୁରରେ ସର୍ବାଧିକ ମ୍ୟାଲେରିଆ ରୋଗୀ
ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ
/sambad/media/post_attachments/wp-content/uploads/2018/06/khordha-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)