ବାଣପୁର : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଜଣେ ମା’ ଓ ଝିଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେନ୍ତୁଳିଡିହ ଗ୍ରାମର ଲକ୍ଷ୍ମଣ ମହାପାତ୍ର ପ୍ରାୟ ଦଶ ବର୍ଷ ହେବ ନିକଟସ୍ଥ ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମରେ ଘର ନିର୍ମାଣ କରି ବସବାସ କରୁଛନ୍ତି। ଲକ୍ଷ୍ମଣ ବିଦେଶରେ କାମ କରୁଥିବା ବେଳେ ଘରେ ତାଙ୍କ ପତ୍ନୀ ସଜନୀ (୩୫) ଓ ଝିଅ ପିଙ୍କି (୧୫) ଏକାକୀ ରହୁଥିଲେ। ଶନିବାର ଅପରାହ୍ନରେ ସଜନୀ ଖାଦ୍ୟରେ ବିଷ ଗୋଳାଇ ଖାଇବା ସହ ପିଙ୍କିକୁ ଖାଇବାକୁ ଦେଇଥିଲେ। ଖାଦ୍ୟ ଖାଇବା ପରେ ସଜନୀ ଓ ପିଙ୍କି ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଏ ବିଷୟ ପିଙ୍କି ମୋବାଇଲ୍ରେ ଜଣେ ସଂପର୍କୀୟଙ୍କୁ ଜଣାଇବା ପରେ ସଂପର୍କୀୟମାନେ ପହଞ୍ଚି ଚିକିତ୍ସା ପାଇଁ ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ। ପରେ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିଲା। କିନ୍ତୁ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପକ୍ଷରୁ ଏ ନେଇ ଏକ ଅପମୃତ୍ୟୁ ମକଦ୍ଦମା ରୁଜୁ କରାଯିବା ସହ ଦୁଇଟି ଯାକ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଗ୍ରାମରେ ବିଭିନ୍ନ ଆଲୋଚନା ଜୋର ଧରିଛି। ତେବେ ତଦନ୍ତ ଜାରି ରହିଛି ଏବଂ ରିପୋର୍ଟ ଆସିବାପରେ ଆତ୍ମହତ୍ୟାର ରହସ୍ୟ ଉପରୁ ପରଦା ଉଠିବ ବୋଲି ପୁଲିସ କହିଛି।
ବାଣପୁର : ଜୀବନ ହାରିଲେ ମା’, ଝିଅ
/sambad/media/post_attachments/wp-content/uploads/2019/12/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)