ପ୍ରେମକୁ ନେଇ ଥାନାରେ ମା’-ଝିଅ ମୁଁହାମୁହିଁ

ଚନ୍ଦ୍ରଶେଖରପୁର: ପ୍ରେମ ସମ୍ପର୍କକୁ ନେଇ ମା’ ଓ ଝିଅ ଥାନାରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପରସ୍ପରର ଚରିତ୍ର ସଂହାର କରିବା ସହ ପରସ୍ପରକୁ ଦୋଷାରୋପ କରିଛନ୍ତି। ଏଭଳି ଘଟଣା ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଶୈଳଶ୍ରୀବିହାର ଅଞ୍ଚଳର ଏକ ‌କଲୋନିରେ ଝିଅର ପ୍ରେମିକକୁ ମା’ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ପରେ ଥାନାରେ ଅଭିଯୋଗ ଦେଇଥିଲେ। ଫଳରେ ଝିଅ ଉତ୍‌କ୍ଷିପ୍ତ ହୋଇ ମା’ର ଚରିତ୍ର ଉପରେ ସନ୍ଦେହ କରି ବଚସା କରିଥିଲା। ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝିଅର ପ୍ରେମିକକୁ କାବୁ କରିବା ସହ ଉଭୟ ମା’ ଓ ଝିଅକୁ ଥାନାକୁ ଆଣିଥିଲା। ମାତ୍ର ଘଟଣା ନେଇ ଉଭୟ ପରସ୍ପରର ଚରିତ୍ର ସଂହାର କରିବାରୁ ପୁଲିସ ଝିଅର ପ୍ରେମିକକୁ ତାଗିଦ କରି ଛାଡ଼ିବା ସହିତ ମା’ ଝିଅକୁ ବୁଝାଇ ଘରକୁ ପଠାଇଛି। ସୂଚନା ଥାଉକି ନାବାଳିକା ଝିଅ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ପ୍ରେମ କରୁଥିବା ଜାଣି ମା’ ବିରୋଧ କରିବାରୁ ଝିଅ ବିଧବା ମା’କୁ ଭେଟିବାକୁ ଆସୁଥିବା ଜଣେ ପରୁଷ ବନ୍ଧୁଙ୍କୁ ସ‌ନ୍ଦେହ କରି ଆକ୍ଷେପ କରିଥିଲା। ସାହି ପଡ଼ିଶା ସେମାନଙ୍କ ଗଣ୍ଡଗୋଳ ଦେଖି ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର