୧୬ ବର୍ଷ ପରେ ହଜିଲା ପୁଅକୁ ପାଇଲା ମା’

ଭୁବନେଶ୍ବର: ୧୬ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଛି ମା’। ଉଦ୍ଧାରକାରୀ ସଂସ୍ଥା ‘ସହାୟ’କୁ ଧନ୍ୟବ‌ାଦ ଦେଇ ପୁଅକୁ କୋଳାଇ ନେଇଛି ମ‌ା’। ଘଟଣା ଅନୁଯାୟୀ କନ୍ଧମାଳ ବ୍ରାହ୍ମଣୀଗାଁର ବସନ୍ତ ସିଂ(୩୫) ୨୦୦୭ ମସିହାରୁ ଘରୁ ରାଗି ପଶ୍ଚିମବଙ୍ଗ ପଳାଇଥିଲେ। କିନ୍ତୁ ସେଠାରେ ଦୁର୍ଘଟଣାରେ ଡାହାଣ ଗୋଡ଼ ପାଦ ହରାଇଥିଲେ। ଏପଟେ ପୁଅକୁ ଖୋଜି ଖୋଜି ବାପା ମଧ୍ୟ ଆରପାରିକୁ ଚାଲିଯାଇଥିଲେ। ବସନ୍ତ ପଶ୍ଚିମବଙ୍ଗର ଏକ ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ସେଠାରେ ଗତ ଫେବ୍ରୁଆରି ୨୮ରେ ସୁସ୍ଥ ହୋଇ ଡିସଚାର୍ଜ ହେବା ପରେ କେହି ପରିବାରବର୍ଗ ନଥିବାରୁ ସହାୟ ସଂସ୍ଥା‌ ତାଙ୍କୁ ଉଦ୍ଧାର କରି ନିଜ ମାତୃପିତୃ ନିବାସରେ ଆଶ୍ରୟ ଦେଇଥିଲା। ପରେ ତାଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରାଯାଇଥିଲା। ଗତକାଲି ତାଙ୍କ ମା’ କରମିନା ସିଂ ଓ ଭଉଣୀ ଇନ୍‌ଫୋଭ୍ୟାଲି ଥାନା ସହ ଯୋଗାଯୋଗ କରି ବସନ୍ତଙ୍କୁ ଘରକୁ ନେଇଥିଲେ। ଘରକୁ ଯିବା ସମୟରେ ସହାୟ ସମ୍ପାଦକ କୈଳାସ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର