ବାଲିପାଟଣା : ବାଲିପାଟଣା ବ୍ଲକ ତୁରିନ୍ତିରା ଗ୍ରାମର ସନ୍ତୋଷ ତ୍ରିପାଠୀଙ୍କ ସ୍ତ୍ରୀ ସ୍ନେହଲତା ଆଜି ଦିନ ପ୍ରାୟ ୧୦ଟା ବେଳେ ରୋଷେଇ କରୁଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗି ଯାଇଥିଲା। ତାଙ୍କ ଶରୀରର ପିଠି, ପେଟ ସମେତ ବିଭିନ୍ନ ଅଂଶ ପୋଡ଼ି ଯାଇଛି। ତାଙ୍କୁ ପରିବାରଲୋକେ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ସ୍ନେହଲତାଙ୍କ ବାପା ଗୋଲକ ଆଚାର୍ଯ୍ୟ, ସ୍ତ୍ରୀ ରାଜେଶ୍ବରୀ ଓ ପୁଅଙ୍କୁ ନେଇ ଏକ ସ୍କୁଟି ଯୋଗେ କଟକରୁ ଦେଖିବାକୁ ଆସୁଥିଲେ। ଏହି ସମୟରେ ଚଣାହାଟ ଛକରେ ଥିବା ଏକ ହମ୍ପସରେ ରାଜେଶ୍ବରୀ ଗାଡ଼ିରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଅଠାନ୍ତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଝିଅର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗୁରୁତର ଝିଅକୁ ଦେଖିବାକୁ ଆସି ମା’ ଗୁରୁତର
/sambad/media/post_attachments/wp-content/uploads/2019/06/hump.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)