ମଦର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ବାଲିପାଟଣା: ଆମଣାକୁଦସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୁଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ ମୁଖ୍ୟ ଅତିଥି, ନିଆଳି କଲେଜ ଅଧ୍ୟାପକ ଶରତ ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଅତିଥିମାନେ ବିଦ୍ୟାଳୟ ପ୍ରତିଷ୍ଠାତା କାଳୀଚରଣ ସାମନ୍ତରାୟଙ୍କ ସ୍ମୃତିଚାରଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାରେ ଉତ୍କର୍ଷ ଲାଭ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରୀତୀଶ ପ୍ରହରାଜ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର