ଓଡିଏମ୍‌ରେ ମାତୃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଚନ୍ଦ୍ରଶେଖରପୁର : ମା’ ଓ ପିଲାମାନଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ କରିବା ସହ ତାଙ୍କ ମନରେ ଶ୍ରଦ୍ଧା, ସଦିଚ୍ଛାର ଭାବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ ପରିସରରେ ଆଜି ‘ମାତୃ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ସଭାରେ ମା’ମାନଙ୍କୁ ନେଇ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଡ. ମୀନକେତନ ପିଲାଙ୍କ ପ୍ରତିଭାକୁ ବିକଶିତ କରିବାରେ ମା’ମାନଙ୍କୁ ପରାମର୍ଶ ଦେବା ସହ ତାଙ୍କର ଇଚ୍ଛାକୁ ସମ୍ମାନ ଦେବାକୁ ଆହ୍ବାନ ଦେଇଥିଲେ। ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଶ୍ରେଷ୍ଠ ବିବେଚିତ ମା’ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପାଧ୍ୟକ୍ଷା ଝିନୁକ୍‌ ଦତ୍ତାରାୟ ଧନ୍ୟବାଦ ଅର୍ପଣ କରିଥିଲେ।  ସନ୍ଧ୍ୟାରାଣୀ ସ୍ବାଇଁ କାର୍ଯ୍ୟକ୍ରମକୁ ସ˚ଯୋଜନା କରିଥିଲେ। ସୁଲତାରାଣୀ ସାହା, ସୁପ୍ରଭା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର