ଭୁବନେଶ୍ବର: ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିୟରିଂ ସ୍କୁଲ (ଓପେସା) ଓ ମୁମ୍ବାଇସ୍ଥିତ ଏମ୍ୟୁଏନ୍ଆଇ କ୍ୟାମ୍ପସ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ରାଜ୍ୟର ଥିବା ସମସ୍ତ ଘରୋଇ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ ଯେପରି ଆଗାମୀ ଦିନରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ, ସେନେଇ ଏହି ସଂସ୍ଥା କାର୍ଯ୍ୟ କରିବ।
ଏହାଦ୍ବାରା ଛାତ୍ରଛାତ୍ରୀ ଆମ ଦେଶରେ ଥିବା ବିଭିନ୍ନ ପ୍ରତିଷ୍ଠିତ କମ୍ପାନିରେ ନିଯୁକ୍ତି ସୁଯୋଗ ପାଇବେ ବୋଲି ଓପେସାର ସାଧାରଣ ସମ୍ପାଦକ ସରୋଜ ସାହୁ କହିଛନ୍ତି। ଏହି ବୁଝାମଣାପତ୍ରରେ ଏମ୍ୟୁଏନ୍ଆଇର ପ୍ରତିଷ୍ଠାତା ଭୂପେଶ ଦହେରିଆ ଏବଂ ଓପେସା ପକ୍ଷରୁ ସାଧାରଣ ସମ୍ପାଦକ ସରୋଜ ସାହୁ ସ୍ବାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ଓପେସାର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉପସଭାପତି ବିଭୂତି ଭୂଷଣ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ରଞ୍ଜନ ସୁନ୍ଦରାୟ, କୋଷାଧ୍ୟକ୍ଷ ଜିତନ ସାହୁ, ଏମ୍ୟୁଏନ୍ଆଇର ପରାମର୍ଶଦାତା ଯଦୁମଣି ଜେନା ଉପସ୍ଥିତ ଥିଲେ।