ବାଲିଅନ୍ତା: ତରୁଣ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ମୃତ୍ୟୁରେ ଆଜି ପୂର୍ବାହ୍ନରେ ଶ୍ରୀଜୟଦେବ ପ୍ରେସ ୟୁନିୟନ୍ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ନିକୁଞ୍ଜବିହାରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀର ସଂଘର ସଭାପତି ନିରଞ୍ଜନ ସେନାପତି ପୌରୋହିତ୍ୟ କରିଥିଲେ। ଏଥିରେ ସଂଘର ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ଅରିନ୍ଦମଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଭଳି ଜଣେ ସାହସୀ ଓ ନିର୍ଭୀକ ସହକର୍ମୀ ବନ୍ଧୁଙ୍କୁ ହରାଇ ମର୍ମାହତ ବୋଲ କହିଥିଲେ। ଏହି ଅବସରରେ ସ୍ବର୍ଗତଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଂପାଦକ ବଟକୃଷ୍ଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପୀତବାସ ଦାଶ, କୋଷାଧ୍ୟକ୍ଷ ଲୁକେଶ କୁମାର ସାହୁ, ସହସଂପାଦକ ବିଭୂତି ଭୂଷଣ ପ୍ରଧାନ, ମନୋକ କୁମାର ବେହେରା, ସିଦ୍ଧେଶ୍ବର ରାୟ, ସତ୍ୟନାରାୟଣ ଦାସମହାପାତ୍ର, ବଦ୍ରିନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଅରିନ୍ଦମଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ଅରିନ୍ଦମଙ୍କ ମୃତ୍ୟୁରେ ଜୟଦେବ ପ୍ରେସ୍ ୟୁନିୟନ୍ ପକ୍ଷରୁ ଶୋକସଭା
/sambad/media/post_attachments/wp-content/uploads/2021/09/65f4h654sf56sf4h65sfhfshhfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)