ଜଗନ୍ନାଥଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର : ସଂସଦ ଅଧିବେଶନ ପରେ ଶନିବାର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବର ଫେରି ନିଜ ଦଳର ଅସନ୍ତୁଷ୍ଟ ନେତା ଜଗନ୍ନାଥ ପ୍ରଧାନଙ୍କୁ ଭେଟିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ମଧ୍ୟ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ଜଗନ୍ନାଥଙ୍କୁ ଭେଟିବା ସହ ଆଲୋଚନା କରିଥି‌‌ଲେ।

ସୂଚନାଯୋଗ୍ୟ, କିଛି ଦିନ ହେବ ବିଜେପି ନେତା ଶ୍ରୀ ପ୍ରଧାନ ଦଳ ଛାଡ଼ିବା ନେଇ ଜୋରଦାର୍‌ ଚର୍ଚ୍ଚା ହେଉଛି। ଗତକାଲି ଶ୍ରୀ ପ୍ରଧାନ ଖୋଲାଖୋଲି ଭାବେ ଗଣମାଧ୍ୟମରେ ନିଜ ଅସନ୍ତୋଷ ଜାହିର କରି ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଥିଲେ। ସେ କହିଥିଲେ ଯେ ଦଳର ସଭାପତି ସମୀର ମହାନ୍ତିଙ୍କୁ ସେ ଲିଖିତ ଭାବେ ତାଙ୍କ ଅସନ୍ତୋଷ ଜଣାଇଛନ୍ତି। ଯେଉଁମାନେ ଭୁଲ୍ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ ସେ ଦାବି କରିଥିଲେ। ତେବେ ଜଗନ୍ନାଥଙ୍କ ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଅପରାଜିତା ଆଜି ଉଦ୍ୟମ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର