ବାଲିଅନ୍ତା ବଜାର: ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏଓଭରକୁ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି। ମଙ୍ଗଳବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଫ୍ଲାଏଓଭର୍କୁ ଲୋକାର୍ପିତ କରିଛନ୍ତି। ଫଳରେ ଭୁବନେଶ୍ୱରରୁ କଟକକୁ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ପୂର୍ବରୁ କଟକରୁ ଭୁବନେଶ୍ୱର ଯାତାୟାତ କରିବା ପାଇଁ ଗୋଟିଏ ପାର୍ଶ୍ବକୁ ଖୋଲାଯାଇଥିଲା। ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୫ ତାରିଖରେ ଫ୍ଲାଏଓଭରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ଓ ୧୮ ମାସ ମଧ୍ୟରେ କାର୍ଯ୍ୟ ସରିବା ନେଇ ଚୁକ୍ତି ହୋଇଥିଲା। କିନ୍ତୁ ନିର୍ମାଣ ଶେଷ ହେବା ପାଇଁ ସାଢେ଼ ୪ ବର୍ଷ ସମୟ ଲାଗିଛି। ୫୦୦ ମିଟର ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରାୟ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ମାଣ ଶେଷ କରିବାରେ ବିଳମ୍ବ ପାଇଁ ପୂର୍ବ ସରକାର ଓ ଠିକାଦାରଙ୍କୁ ଦାୟୀ କରିଥିଲେ ସାଂସଦ। ବିଳମ୍ବ କାରଣରୁ ଦୁଇ ଦୁଇ ଥର ନିର୍ମାଣ ସଂସ୍ଥାକୁ ବଦଳାଇବାକୁ ପଡ଼ିଥିଲା। ଏଥିସହିତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପରିବାରଗୁଡ଼ିକୁ ବିସ୍ଥାପିତ କରିବା ଏବଂ ଜବରଦଖଲ ହଟାଇବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ସେଗୁଡ଼ିକୁ ସମାଧାନ କରାଯାଇଥିଲା। ଫ୍ଲାଏଓଭର କାର୍ଯ୍ୟକ୍ଷମ ହେବା ଦ୍ବାରା ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ସାଂସଦ କହିଥିଲେ। ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉତ୍ତର ଭୁବନେଶ୍ବର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ହଂସପାଳ ଫ୍ଲାଏଓଭର୍କୁ ଲୋକାର୍ପିତ କଲେ ସାଂସଦ
ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏଓଭରକୁ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲି ଦିଆଯାଇଛି। ମଙ୍ଗଳବାର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଫ୍ଲାଏଓଭର୍କୁ ଲୋକାର୍ପିତ କରିଛନ୍ତି। ଫଳରେ ଭୁବନେଶ୍ୱରରୁ କଟକକୁ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି।
/sambad/media/media_files/2025/01/22/KOup39sLpbgS6pIJXgDF.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)