ପୁରୁଣା ଭୁବନେଶ୍ୱର : ରବିବାର ପୂର୍ବାହ୍ନରେ ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଏକାମ୍ର କ୍ଷେତ୍ର ବୁଲିଥିଲେ। ସେ ପ୍ରଥମେ କେଦାରଗୌରୀ ମନ୍ଦିର ପରିସରରେ ଗୌରୀ କୁଣ୍ଡ, ଗୋଡ଼ିପୋଖରୀ ସାହିର ଗୋଡ଼ିପୋଖରୀ, ଗୋସାଗରେଶ୍ବର ମନ୍ଦିର ପରିସରରେ ଥିବା ଗୋସାଗରେଶ୍ବର ପୁଷ୍କରିଣୀ ବୁଲି ଦେଖିଥିଲେ। ଏହି ପୁଷ୍କରିଣୀ ଗୁଡ଼ିକ ପୁନରୁଦ୍ଧାର କରାଯିବ ବୋଲି ସେ ପୁରୁଣା ଭୁବନେଶ୍ବରବାସୀଙ୍କୁ କହିଥିଲେ। ଶେଷରେ ସେ ବିନ୍ଦୁସାଗର ନିକଟ କ୍ଷେତ୍ରବାସୀ ନିଯୋଗ ନିକଟକୁ ଯାଇ କ୍ଷେତ୍ରବାସୀ ସେବାୟତଙ୍କ ସହ ଶ୍ରାଦ୍ଧ ମଣ୍ଡପ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀଙ୍କ ସହ ବିଜେପି ନେତା ବାବୁ ସିଂ, ଶିବ ପ୍ରସାଦ ବେହେରା ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ସାଂସଦ ବୁଲିଲେ ଏକାମ୍ର କ୍ଷେତ୍ର
/sambad/media/post_attachments/wp-content/uploads/2021/01/m20.jpg)