ରଶ୍ମିରଞ୍ଜନ ‘ମିଷ୍ଟର୍‌ କ୍ୟାପିଟାଲ୍‌’

ପୁରୁଣା ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଗୋସାଗରେଶ୍ୱର ଛକଠାରେ କୁଞ୍ଜପାଟଣା ସାହି ପୂଜା କମିଟି ଏବଂ ଓଡ଼ିଶା ବଡି ବିଲ୍‌ଡିଙ୍ଗ୍‌ ସଂଘ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ଥରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୫୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ରଶ୍ମିରଞ୍ଜନ ସାହୁ ଶ୍ରେଷ୍ଠ ବିବେଚିତ ହୋଇ ‘ମିଷ୍ଟର୍‌ କ୍ୟାପିଟାଲ’ ମୁକୁଟ ହାସଲ କରିଥିଲେ। ସେହିପରି ସଂଗ୍ରାମ ରାଉତ ଦ୍ୱିତୀୟ ଓ ସନ୍ତୋଷ ନାଥ ତୃତୀୟ ସ୍ଥାନ ହାସଲ କରିଥିଲେ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିୟ ଦାଶ ଯୋଗ ଦେଇ ପୁରଷ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଯୁବ ନେତା ମଦନ ମୋହନ ପ୍ରଧାନ, ଶେଷ ଶେଖର ଗରାବଡ଼ୁ, ଶିବ ପ୍ରସାଦ ବେହେରା, ନଳିନୀ ସମର୍ଥା, ଅନିକେତ ବଟୁ, ଓଡ଼ିଶା ବଡିବିଲ୍‌ଡିଙ୍ଗ୍‌ ଆସୋସିଏସନ୍‌ର ସଭାପତି ଇଂ ଚିତ୍ତରଞ୍ଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, କୁଞ୍ଜପାଟଣା ସାହି ପୂଜା କମିଟିର ସଭାପତି ରବୀନ୍ଦ୍ର ନାଥ ପ୍ରଧାନ, ସମ୍ପାଦକ ସନ୍ତୋଷ ସାମନ୍ତରାୟ ଓ ସଭ୍ୟମାନେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର