ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡ୍ୟୁଟି ସମୟରେ ମାଳମାଳ ଏମ୍ଆର ବୁଲୁଥିବା ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପାଇବା ପରେ ହସ୍ପିଟାଲର କିଛି ବହିର୍ବିଭାଗରେ କାଁ ଭାଁ ଏମ୍ଆର୍ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ବାରଣ୍ଡାରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ମାତ୍ର ଏମ୍ଆରଙ୍କ ହସ୍ପିଟାଲ ଆସିବା ବନ୍ଦ ହୋଇନାହିଁ। ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ପକ୍ଷରୁ ଏମ୍ଆରଙ୍କୁ ନିୟନ୍ତ୍ରଣ ଲାଗି କୌଣସି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲରେ ଡ୍ୟୁଟି ସମୟରେ ଏମ୍ଆରଙ୍କ ଅବାଧ ପ୍ରବେଶ ଦେଖିବାକୁ ମିଳୁଛି। ‘ନିରାମୟ’ ଯୋଜନାରେ ରାଜ୍ୟ ସରକାର ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ବେ ଏମ୍ଆରମାନେ କ’ଣ ପାଇଁ ହସ୍ପିଟାଲକୁ ଆସୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ହସ୍ପିଟାଲରେ ମାଳମାଳ ଏମ୍ଆର ବୁଲିବା ଘଟଣା ଉଭୟ ହସ୍ପିଟାଲ କର୍ତୃପକ୍ଷ ଓ ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି। ବାହାରୁ ଔଷଧ ଲେଖିବାର ଅନୁମତି ନ ଥିଲେ ମଧ୍ୟ ଏମ୍ଆରମାନେ ଡାକ୍ତରଙ୍କ ପାଖରେ ବସି ନିଜ କମ୍ପାନିର ଔଷଧ ଲେଖିବା ପାଇଁ ପ୍ରବର୍ତାଉଛନ୍ତି। ଏପରିକି ଜନୌଷଧୀରୁ ଔଷଧ ଆଣୁଥିବା ରୋଗୀଙ୍କୁ ଭୁଲ ଔଷଧ ବୋଲି କହିବାକୁ ପଛାଉ ନାହାନ୍ତି। ସେମାନଙ୍କ କଥାରେ ପଡ଼ି ରୋଗୀ ଅଧିକ ଖର୍ଚାନ୍ତ ହେଉଛନ୍ତି।
କ୍ୟାପିଟାଲ ହସ୍ପିଟାଲରେ ଏମ୍ଆର୍ ବୁଲିବା ଘଟଣା, ସତର୍କ ହୋଇଗଲେ, ତଥାପି ହସ୍ପିଟାଲ ଛାଡ଼ିଲେନି
/sambad/media/post_attachments/wp-content/uploads/2017/11/Capital-Hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)