ପଞ୍ଚମବେଦ ନାଟ୍ୟ ମହୋତ୍ସବର ଦ୍ବିତୀୟ ଦିନ, ‘ମୁଁ ବିଜୟାନନ୍ଦ କହୁଛି’ ମଞ୍ଚସ୍ଥ

ଭୁବନେଶ୍ବର: ‘ପଞ୍ଚମବେଦ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୧୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ଥିଲା ଦ୍ବିତୀୟ ସଂଧ୍ୟା। ଏହି ଅବସରରେ ଆଜି ମଞ୍ଚସ୍ଥ‌ ହୋଇଛି ନାଟକ ‘ମୁଁ ବିଜୟାନନ୍ଦ କହୁଛି’। ରାଉଲକେଲାର ‘ସମ୍ପର୍କ’ ନାଟ୍ୟାନୁଷ୍ଠାନ ପକ୍ଷରୁ ପରିବେଷିତ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଭାସ୍କରଚନ୍ଦ୍ର ମହାପାତ୍ର କରିଥିଲେ। ଆଜିର କାର୍ଯ୍ୟକ୍ରମରେ ପ୍ରଶାସକ ଭରତ ଚନ୍ଦ୍ର ବେହେରା, ଗଗନ ବିହାରୀ ଦାସ ଓ ନାଟ୍ୟ ବ୍ୟକ୍ତିତ୍ବ ଧୀରେନ୍ଦ୍ର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର