ଲୋକାର୍ପିତ ହେଲା ଓଡ଼ିଆ ଆଲବମ୍‌ ‘ମୁଁ ଓଡ଼ିଆ ଘରର ଝିଅ’

ଭୁବନେଶ୍ବର: ମ୍ୟୁଜିକ୍‌ କମ୍ପାନି ‘ସୁର ଭାଇବ୍ରେସନ୍’ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ଆଲବମ୍ ଗୀତ ‘ମୁଁ ଓଡ଼ିଆ ଘରର ଝିଅ ଲୋ’ କୋଭିଡ୍‌ ନିୟମକୁ ପାଳନ କରି ନିରାଡ଼ମ୍ବର ଭାବେ ମୁକ୍ତିଲାଭ କରିଛି। ଏହା ଏବେ ସୁର ଭାଇବ୍ରେସନ୍‌ ମ୍ୟୁଜିକ୍‌ର ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଉପଲବ୍ଧ ହୋଇଛି। ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହେବାକୁ ବସିଥିବା ବେଳେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ‘କଣ୍ଢେଇ ନାଚ’ ଭଳି ଲୋକକଳା ଓ କଳାକାରଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛନ୍ତି। କାଠ କଣ୍ଢେଇମାନଙ୍କୁ ଗୀତର ତାଳେ ତାଳେ ନଚେଇ ଏକ ଭିନ୍ନ ସ୍ୱାଦର ଭିଡିଓ ପ୍ରସ୍ତୁତ କରାଯାଇଛି। ସଙ୍ଗୀତ ନିର୍ଦେଶକ ଚନ୍ଦ୍ରଭାନୁ କରଙ୍କ ସୁପରିଚାଳନା ଓ ବଳିଷ୍ଠ ନିର୍ଦ୍ଦେଶନାରେ କାଠ କଣ୍ଢେଇମାନଙ୍କୁ ଜୀବନ୍ତ ମଣିଷ ପରି ନାଚିବାର ଭିଡିଓରେ ଦେଖିବାକୁ ମିଳୁଛି। ଗୀତ ରଚନା କରିଛନ୍ତି ଓମ୍‌କାର ଲେଙ୍କା କରିଛନ୍ତି। ସୁର ଭାଇବ୍ରେସନ୍ ଷ୍ଟୁଡିଓରେ ଗୀତଟିର ରେକର୍ଡିଂ କରାଯାଇଛି।

ସମ୍ବନ୍ଧିତ ଖବର