ଭୁବନେଶ୍ବର : ବିଏମ୍ସି ପକ୍ଷରୁ ରାଜଧାନୀର ୩୧ଟି ସ୍କୁଲରେ ଆଜିଠାରୁ ‘ମୁଁ ସଫେଇବାଲା’ ଅଙ୍କକଷା ଆରମ୍ଭ ହୋଇଛି। ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ସାମନ୍ତରାପୁରସ୍ଥିତ ମା’ ଭୁବାସିୟିନୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ଏଥିରେ ସ୍କୁଲର ୩୨୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଏଥିରୁ ୮୦% ପିଲା ୮୦%ରୁ ଅଧିକ ମାର୍କ ରଖି ସଫେଇବାଲା ହୋଇଥିଲେ। ବାକି ୨୦% ପିଲା ଅଳିଆବାଲା ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଏମ୍ସି ଅତିରିକ୍ତ କମିସନର୍ ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଜୋନାଲ୍ ଡେପୁଟି କମିସନର ରୂପକ କୁମାର ପଟ୍ଟନାୟକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଜଧାନୀର ୧୯୪ଟି ସ୍କୁଲରେ ଏହି ‘ମୁଁ ସଫେଇବାଲା’ କାର୍ଯ୍ୟକ୍ରମ ହେବ।
ବିଏମ୍ସି ପକ୍ଷରୁ ରାଜଧାନୀର ୩୧ଟି ସ୍କୁଲରେ ଆରମ୍ଭ ହେଲା ‘ମୁଁ ସଫେଇବାଲା’ ଅଙ୍କ କଷା
/sambad/media/post_attachments/wp-content/uploads/2019/11/mu-safaiwala.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)