ଆରମ୍ଭ ହେଲା ମୁଦ୍ରଣ ଚିତ୍ରକଳା ପ୍ରଦର୍ଶନୀ ‘ଇଙ୍କ୍‌ ଆଣ୍ଡ୍‌ ବ୍ଲକ୍‌’

ଭୁବନେଶ୍ୱର : ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ମୁଦ୍ରଣ ବିଭାଗ ଓ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ସହଯୋଗରେ ଏକ ମୁଦ୍ରଣ ଚିତ୍ରକଳା ପ୍ରଦର୍ଶନୀ ‘ଇଙ୍କ୍‌ ଆଣ୍ଡ୍‌ ବ୍ଲକ୍‌’ ଗ୍ୟାଲେରି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଲଳିତ କଳା ଏକାଡେମି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରର ସଚିବ ଆର୍‌.କେ ବେଦେଲା, ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଶ୍ୱବିଦ୍ୟାଳୟର ମୁଦ୍ରଣ ବିଭାଗର ୧୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଉଡ୍‌ କଟ୍‌, ଲିନୋ କଟ୍‌, ଏଚିଂ, ଲିଥୋଗ୍ରାଫି, ସେରିଗ୍ରାଫି ଆଦି ମାଧ୍ୟମରେ ମୁଦ୍ରଣ ଚିତ୍ର ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନୀରେ ମୋଟ୍‌ ୪୧ଟି ମୁଦ୍ରଣ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ଏହା ହେଉଛି ପ୍ରଥମ ମୁଦ୍ରଣ ଚିତ୍ରକଳା ପ୍ରଦର୍ଶନୀ ବୋଲି କହିଛନ୍ତି ଗ୍ୟାଲେରିର ପ୍ରତିଷ୍ଠାତା ତଥା ପ୍ରଦର୍ଶନୀର ଆୟୋଜକ ତାରାକାନ୍ତ ପରିଡ଼ା। ଏହା ଆସନ୍ତା ୧୯ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର