ସ୍ବସ୍ତି ପ୍ରିମିୟମ୍‌ରେ ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌

ଭୁବନେଶ୍ବର: ଭୁବନେଶ୍ବର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ବସ୍ତି ପ୍ରିମିୟମ୍‌ ହୋଟେଲ୍‌ରେ ଆଜିଠାରୁ ଆରମ୍ଭ ହୋଇଛି ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ। ଭଳି କି ଭଳି ୬୦ ପ୍ରକାରର ଖାଦ୍ୟ ସାମଗ୍ରୀ ଗୋଟିଏ ସ୍ଥାନରେ ମିଳୁଛି। ନିରାମିଷ, ଆମିଷ ସହ ମିଠାର ସ୍ବାଦ ବି ପାଉଛନ୍ତି। ଏଥିସହ ସୁଫି ସଙ୍ଗୀତର ଧୂନ୍‌ରେ ଗ୍ରାହକଙ୍କୁ ଭିନ୍ନ ଅନୁଭୂତି ସାଉଁଟିବାର ସୁଯୋଗ ମିଳୁଛି। ନିଜେ କିମ୍ବା ପରିବାର ସହ ଆସି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଖାଇବାର ଭରପୁର ମଜା ଉଠାଇପାରିବେ ଗ୍ରାହକ। ଗ୍ରାହକଙ୍କ ଲାଗି ବଫେଟ୍‌ ବ୍ୟବସ୍ଥା ହୋଇଥିବା ବେଳେ ମିଲ୍‌ ପିଛା ୧୪୯୯ ଟଙ୍କା ଲେଖାଏ ରଖାଯାଇଛି। ଏହାବାଦ୍‌ ଜିଏସ୍‌ଟି ବାବଦରେ ଅଲଗା ଦେବାକୁ ପଡ଼ିବ।

ସ୍ବସ୍ତି ପ୍ରିମିୟମ୍‌ର କାର୍ଯ୍ୟନିର୍ବାହୀ ସେଫ୍‌ ପ୍ରଶାନ୍ତ ସି କହିଛନ୍ତି ଯେ ଭୁବନେଶ୍ବର ସମେତ ପୁରୀ, କଟକ, ନୟାଗଡ଼ ଜିଲ୍ଲାର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ବସ୍ତି ଗ୍ରୁପ ପକ୍ଷରୁ ବିଭିନ୍ନ ସମୟରେ ଫୁଡ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଇଥାଏ। ଏଥର ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌ ମାଧ୍ୟମରେ ନିଆରା ଅନୁଭୂତି ଦେବାକୁ ପ୍ରୟାସ କରିଛୁ। ଖାଦ୍ୟ ପ୍ରସ୍ତୁତ ଲାଗି ଦିଲ୍ଲୀ, ଲକ୍ଷ୍ନୋରୁ ସେଫ୍‌ ଆସିଛନ୍ତି। ଯେଉଁମାନେ କି ମୋଗଲାଇ ଫୁଡ୍‌ ପ୍ରସ୍ତୁତିରେ ଦକ୍ଷ ରହିଛନ୍ତି। ୫୦ରୁ ୬୦ ପ୍ରକାରର ପାରମ୍ପରିକ ଖାଦ୍ୟ ତିଆରି ହେଉଛି। ମେନୁରେ ଅଧିକ ସଂଖ୍ୟକ ଆମିଷ ଖାଦ୍ୟ ସାମଗ୍ରୀ ରଖାଯାଇଛି। ୧୨ ତାରିଖ ପର୍ଯ୍ୟନ୍ତ ହୋଟେଲର ଗୌରମେଟ୍‌ ରେଷ୍ଟୁରାଣ୍ଟରେ ଏହି ଖାଦ୍ୟ ଉପଲବ୍ଧ ହେବ। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଫୁଡ୍‌ ଫେଷ୍ଟିଭାଲ୍‌ର ଅବଧି ବୃଦ୍ଧି କରାଯିବ ବୋଲି ହୋଟେଲର ସିଏଫ୍‌ଓ ପ୍ରିୟନାଥ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର