ମନେପଡ଼ିଲେ ମୁକେଶ

ଭୁବନେଶ୍ବର: ‌ବଲିଉଡ୍‌ର ସ୍ବନାମଧନ୍ୟ କଣ୍ଠଶିଳ୍ପୀ ମୁକେଶ ଚାନ୍ଦ ମାଥୁରଙ୍କ ସ୍ମୃତିରେ ‘ସାଜ୍‌ ଔର ଆୱାଜ’ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ସଙ୍ଗୀତ ସଂଧ୍ୟା ‘ଚାନ୍ଦ ସି ମେହବୁବା’ ଅନୁଷ୍ଠିତ ହୋଇଯାଇଛି। କଣ୍ଠଶିଳ୍ପୀ ଦେବଦାସ ଓ ତାଙ୍କ ଗ୍ରୁପ୍‌ ପକ୍ଷରୁ ମନଛୁଆଁ ହିନ୍ଦୀ ସଙ୍ଗୀତ ପରିବେ‌ଷଣ କରାଯାଇଥିଲା। ଏହି ଅବସରରେ ‘ଦ୍ବାଦଶ ଅମିତାଭ ମିଶ୍ର ସମ୍ମାନ ସମ‌ାରୋହ’ ମଧ୍ୟ ଅନୁଷ୍ଠିତ ହୋଇଥିଲା। ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ, ଗୁରୁ ପୀତାମ୍ବର ବିଶ୍ବାଳ, ସମାଜସେବୀ ସିପ୍ରା ଚକ୍ରବର୍ତ୍ତୀ, କଣ୍ଠଶିଳ୍ପୀ ଆଦ୍ୟାଶା ଦାସ, ପ୍ରିୟା ଓ ପ୍ରଣବ ‌ଲେଙ୍କାଙ୍କୁ ‘ଅମିତାଭ ମିଶ୍ର ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଭାରତୀୟ ବିଦ୍ୟାଭବନର ସଭାପତି ଏସ୍‌. କେ ତାମୋଟିଆ, ଲାୟନ୍ସ କ୍ଲବ୍‌ର ସଭାପତି ରାମପ୍ରସାଦ ପାତ୍ର ଓ ପିସି ଚୌବେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗୁଲ୍‌ସନ ନଦିମ, ଜ୍ୟୋର୍ତିମୟୀ, ଜେନାମଣି ସଞ୍ଜୀବ କୁମାର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର